BJD Bijuli 480×75 Mob

ଭୂମିକମ୍ପରେ ଥରିଲା ଗୁଜରାଟ

BJD Bijuli 480×75 Mob
0

ଗାନ୍ଧିନଗର : ଗୁଜରାଟର କଚ୍ଛ ଜିଲା ସମେତ ଆଖପାଖ ଅଞ୍ଚଳରେ ମଧ୍ୟମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଗାନ୍ଧିନଗର ଭୂମିକମ୍ପ ଅନୁସନ୍ଧାନ କେନ୍ଦ୍ର ନିକଟରୁ ମିଳିଥିବା ସୂଚନା ଅନୁସାରେ ଗୁରୁବାର ଭୋର ୪ଟା ବେଳେ ତିନି ମିନିଟ ପର୍ଯ୍ୟନ୍ତ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି । କଚ୍ଛ ଜିଲା ଭାଚାଉଠାରୁ ଦକ୍ଷିଣପୂର୍ବରେ ୨୨ କିଲୋମିଟର ଦୂରତାରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ଚିହ୍ନଟ କରାଯାଇଛି । ଭୂମିକମ୍ପର ଝଟକା ମୋରବି, ଉନ, ସୌରାଷ୍ଟ୍ର ସମେତ ଅନ୍ୟ ଅଞ୍ଚଳରେ ଅନୁଭୂତ ହୋଇଛି । ଭୂମିକମ୍ପରେ କୌଣସି ଧନଜୀବନ କ୍ଷତିର ସୂଚନା ମିଳିନାହିଁ । ସୂଚନା ଅନୁସାରେ ବୁଧବାର ରାତି ୧୨ଟା ୧୬ ମିନିଟରେ ୩.୧ ତୀବ୍ରତାର ପ୍ରଥମ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ୩ ମିନିଟ ପରେ ୩.୫ ତୀବ୍ରତାର ଦ୍ୱିତୀୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ପରେ ଭୋର ପ୍ରାୟ ୪ଟା ବେଳେ ୪.୮ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

Leave A Reply