www.samajalive.in
Friday, November 14, 2025
25.1 C
Bhubaneswar

୨୨ ବର୍ଷ ପରେ ସମାନ ଢଙ୍ଗରେ ପିତୃହତ୍ୟାର ପ୍ରତିଶୋଧ

ନୂଆଦିଲ୍ଲୀ : ଗୁଜରାଟର ଜଣେ ବ୍ୟକ୍ତି ଆଜକୁ ୨୨ ବର୍ଷ ପୂର୍ବେ ଯେଉଁ ଢଙ୍ଗରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଥିଲା, ଠିକ୍‌ ସେହି ଢଙ୍ଗରେ ଅଭିଯୁକ୍ତକୁ ହତ୍ୟା କରି ପ୍ରତିଶୋଧ ନେଇଛନ୍ତି। ଅକ୍ଟୋବର ୧ରେ ନଖତ୍‌ ସିଂହ ଭଟ୍ଟି ନାମକ ଜଣେ ୫୦ ବର୍ଷୀୟ ବ୍ୟକ୍ତି ସାଇକଲରେ ଯାଉଥିବାବେଳେ ତାଙ୍କୁ ପଛରୁ କାର୍‌ ଧକ୍କା ଦେଇଥିଲା। ଏଥିରେ ନଖତ୍‌ ପ୍ରାଣ ହରାଇଥିଲେ। ପୁଲିସ ପ୍ରଥମେ ଏହାକୁୁ ଦୁର୍ଘଟଣା ଭାବେ ଗ୍ରହଣ କରି ତଦନ୍ତ ଚଳାଇଥିଲା। ତେବେ ସିସିଟିଭି ଫୁଟେଜ ଅନୁଧ୍ୟାନ କରାଯିବା ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା। ଗୋପାଳ ସିଂହ ଭଟ୍ଟି ନାମକ ଅଭିଯୁକ୍ତ ଉଦ୍ଦେଶ୍ୟମୂଳକ ଭାବେ ନଖତ୍‌ଙ୍କୁ କାର୍‌ ଧକ୍କା ଦେଇ ହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି। ସୂଚନାଯୋଗ୍ୟ ଆଜକୁ ୨୨ ବର୍ଷ ପୂର୍ବେ ରାଜସ୍ଥାନରେ ଗୋପାଳଙ୍କ ପିତାଙ୍କୁ ନଖତ୍‌ କାର୍‌ ଚଢାଇ ହତ୍ୟା କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ପୁଲିସ ଇତିମଧ୍ୟରେ ଗୋପାଳଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

Hot this week

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

ନୂଆପଡା ଜନାଦେଶ : ଚତୁର୍ଥ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୮୯୦୩ ଭୋଟ୍

ନୂଆପଡା: ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି। ଚତୁର୍ଥ...

ବିହାର ଜନାଦେଶ: ୧୬୧ ସିଟରେ ଆଗୁଆ ରହିଛି ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଗଣତି ଆରମ୍ଭ...

Related Articles

Popular Categories