www.samajalive.in
Saturday, December 6, 2025
15.1 C
Bhubaneswar

ବସ୍-ସିମେଣ୍ଟ ଟ୍ୟାଙ୍କର ମୁହାଁମୁହିଁ ଧକ୍କା: ଦୁଇ ମୃତ

ନୂଆଦିଲ୍ଲୀ: ଗୁଜୁରାଟ ଖେଡା ଜିଲ୍ଲା ନାଡିଆଦା ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ବସ୍ ଏବଂ ସମେଣ୍ଟ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି  କରାଯାଇଛି। ବସ୍‌ଟି ଅହମ୍ମଦାବାଦରୁ ପୁଣେ ଅଭିମୁଖେ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ବସ୍‌ଟିରେ ପ୍ରାୟ ୨୩ ଜଣ ଯାତ୍ରୀ ଥିଲେ। ବସଟି ଦ୍ରୁତ ଗତିରେ ଯାଉଥିବାବେଳେ ହଠାତ୍ ଯାଇ ଏକ ସମେଣ୍ଟ ବୋଝେଇ ଟ୍ୟାଙ୍କରରେ ଧକ୍କା ହୋଇଥିଲା। ପରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories