www.samajalive.in
Saturday, December 6, 2025
17.1 C
Bhubaneswar

ହାଇକୋର୍ଟଙ୍କ ଝଟକା; ନିର୍ବାଚନ ଲଢିପାରିବେନି ହାର୍ଦିକ ପଟେଲ

ଅହମଦାବାଦ : ଗୁଜରାଟର ପଟିଦାର ତଥା କଂଗ୍ରେସ ନେତା ହାର୍ଦିକ ପଟେଲଙ୍କୁ ଗୁଜରାଟ ହାଇକୋର୍ଟରୁ ଝଟକା ଲାଗିଛି। ହାଇକୋର୍ଟ ୨୦୧୫ ମେହସାଣା ଦଙ୍ଗା ମାମଲାରେ ହାର୍ଦିକଙ୍କୁ ଦିଆଯାଇଥିବା ୨ ବର୍ଷ କାରାଦଣ୍ଡ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ଫଳରେ ହାର୍ଦିକ ଏଥର ଲୋକସଭା ନିର୍ବାଚନ ଲଢିପାରିବେ ନାହିଁ। ଜନପ୍ରତିନିଧି ଅଧିନିୟମ ୧୯୫୧ ପ୍ରାବଧାନ ଅନୁସାରେ ସେ ନିର୍ବାଚନ ଲଢିବାକୁ ଅଯୋଗ୍ୟ ହୋଇଛନ୍ତି। ଲୋକସଭା ନିର୍ବାଚନ ଲଢିବା ପାଇଁ ଦଣ୍ଡାଦେଶରୁ ମୁକ୍ତି ଦେବା ପାଇଁ ହାର୍ଦିକ ପଟେଲ ହାଇକୋର୍ଟରେ ଆବେଦନ କରିଥିଲେ। ହେଲେ ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ହାର୍ଦିକଙ୍କ ପାଖରେ ସୁପ୍ରିମକୋର୍ଟରେ ଆବେଦନ କରିବାର ବିକଳ୍ପ ଖୋଲା ରହିଛି। ଗତବର୍ଷ ଜୁଲାଇରେ ଗୁଜରାଟର ଏକ ଅଦାଲତ ବିଜେପି ବିଧାୟକଙ୍କ କାର୍ଯ୍ୟାଳୟରେ ଆକ୍ରମଣ କରିବା ଅଭିଯୋଗରେ ହାର୍ଦିକ ଏବଂ ତାଙ୍କ ଅନ୍ୟ ସାଥୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ହାର୍ଦିକ ଏବଂ ତାଙ୍କ ସାଙ୍ଗକୁ ୨ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହାସହ ସେମାନଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ଦଣ୍ଡ ପ୍ରଦାନ କରାଯାଇଥିଲା।
ପ୍ରକାଶଯୋଗ୍ୟ ଯେ ମେହସାଣା ବିସନନଗରରେ ୨୦୧୫ ମାର୍ଚ୍ଚ ୨୩ରେ ବିଜେପି ବିଧାୟକ ରୁଷିକେଶ ପଟେଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଥିଲା। ଭଙ୍ଗାରୁଜା ଅଭିଯୋଗରେ ହାର୍ଦିକ ପଟେଲ ଓ ଅନ୍ୟ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ୨୦୧୫ରେ ମେହସାଣା ଜିଲା କୋର୍ଟ ହାର୍ଦିକ ଓ ଅନ୍ୟ ୨ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories