www.samajalive.in
Friday, December 12, 2025
14.1 C
Bhubaneswar

ଫସଲ ପରିଚାଳନା ଦିଗରେ ଚାଷୀଙ୍କ ପାଇଁ ଜାରି ହେଲା ଉପଦେଶାବଳୀ

ଡେସ୍କ: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୧୫ରୁ ୧୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ସୃଷ୍ଟିହେବା ଫଳରେ ଓଡ଼ିଶାରେ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଗଞ୍ଜାମ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ଵର ଆଦି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ମାତ୍ରାଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଫସଲର ପରିଚାଳନା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍ ପ୍ରସନ୍ନଜିତ ମିଶ୍ର, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଓ ଭାରତୀୟ ପାଣିପାଗ ବିଭାଗର ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ବର୍ତ୍ତମାନ ଫସଲର ଅବସ୍ଥା ଏବଂ ଫସଲର ସୁରକ୍ଷା ଦିଗରେ ବିସ୍ତୃତ ଭାବରେ ଆଲୋଚନା କରାଯାଇ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପରାମର୍ଶଗୁଡ଼ିକୁ ଚାଷୀମାନଙ୍କୁ ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଇଛି।

- Advertisement -

ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମୁଖ୍ୟ ଫସଲ ଧାନ କ୍ଷୀର ଢୋକିବା ଓ ପାକଳ ପୂର୍ବବର୍ତ୍ତୀ ଅବସ୍ଥାରେ ଅଛି। ଢିପ ଜମିରେ ଧାନ କଟା ମଧ୍ୟ ଚାଲିଛି। ଏହା ବ୍ୟତୀତ ମୁଗ, ବିରି, ଚିନାବାଦାମ ଆଦି ଫସଲ ପାକଳ ଅବସ୍ଥାରେ ଅଛି। ଆଳୁ ଫସଲ ଅନେକ ସ୍ଥାନରେ ଲଗା ଚାଲିଛି। କୋବି ଓ ବିଭିନ୍ନ ପନିପରିବା ମଧ୍ୟ ତଳି ରୋପଣ ଓ ଅମଳ ମଧ୍ୟ ଚାଲିଛି।

ସେହିଭଳି ଆଭ୍ୟନ୍ତରୀଣ ଜିଲ୍ଲା ଗଞ୍ଜାମ, ରାୟଗଡ଼ା ଓ କୋରାପୁଟରେ କପା ଫସଲ ଅମଳ ଅବସ୍ଥାରେ ରହିଛି। ଏହି ପରିପ୍ରେକ୍ଷୀରେ ଚାଷୀମାନଙ୍କୁ ଓଡ଼ିଶା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ତରଫରୁ ଏକ ଫସଲ ସୁରକ୍ଷା ବାର୍ତ୍ତା ପ୍ରସ୍ତୁତ କରାଯାଇ ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଇଛି। ଅଧିକ ସୂଚନା ପାଇଁ ଚାଷୀମାନଙ୍କୁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, କୃଷି ଅଧିକାରୀ ଓ ଆମ କୃଷି ଦେୟମୁକ୍ତ ନମ୍ବର – ୧୫୫୩୩୩ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

ଧାନ
– ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ଭାଗ ପାଚି ଯାଇଥିବା ଧାନକୁ କାଟି ନେଇ ଅମଳ କରି ସୁରକ୍ଷିତ ସ୍ଥାନରେ ରଖନ୍ତୁ।
– କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ କଟା ଧାନ ଅମଳ ସମ୍ଭବ ନ ହେଲେ ସୁରକ୍ଷିତ ସ୍ଥାନରେ ପାଲ କିମ୍ବା ପଲିଥନ ଘୋଡାଇ ରଖନ୍ତୁ।
– ବିଳମ୍ବ କିସମ ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ।
– ଧାନ କାଟି ବିଲରେ ସୁଖାନ୍ତୁ ନାହିଁ।
– ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ।
– ବର୍ଷା ଛାଡି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧୫ ମି.ଲି. ହିସାବରେ ଲାମୁଡା ସାଇହାଲୋଥୀନ କିମ୍ବା ୨ମି.ଲି. ହିସାବରେ (କ୍ଲୋରୋପାଇରିଫସ +ସାଇପରମେଥୀନ) ଫସଲ ଓ ହୁଡା ଚାରିପଟେ ସିଞ୍ଚନ କରନ୍ତୁ।

ମାଣ୍ଡିଆ
– ଅମଳ ଉପଯୋଗୀ ମାଣ୍ଡିଆ ଫସଲକୁ କାଟି ସୁରକ୍ଷିତ ରଖନ୍ତୁ।

ପନିପରିବା
– ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ।
– ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ଥ‌ିବା ଅଞ୍ଚଳରେ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ।
– କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ।
– ବର୍ତମାନ ମୂଳା, ବିନ୍ସ, କୋଶଳା, ଧନିଆ, ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ଅମଳ କରି/ ତୋଳି ବିକ୍ରୟ କରନ୍ତୁ।
– ବାଇଗଣ, ବିଲାତି ବାଇଗଣ,ଫୁଲକୋବି, ବନ୍ଧାକୋବି, ବ୍ରୋକୋଲି ଓ କାପସିକମ ଆଦି ଫସଲର ତଳି ଘେରାରେ ଧଳା କରି ଓ ବାଉଁଶ ଢେରା ଦେଇ ଘୋଡାଇ ବର୍ଷା ଦାଉରୁ ରକ୍ଷା କରନ୍ତୁ।
– ବର୍ଷା ପରେ ପନିପରିବା ଫସଲ ଛୋଟ ଅବସ୍ଥାରେ ଥିଲେ ଓ ବର୍ଷା ହେତୁ ଗଛର ପତ୍ର ମାଟିରେ ପୋତି ହୋଇଥଲେ ପତ୍ର ଗୁଡିକୁ ଛିଣ୍ଡାଇ ଦିଅନ୍ତୁ
– ବର୍ଷା ପରେ ପନିପରିବା ଫସଲରେ ମୂଳସଢା ଓ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥ‌ିବାରୁ ବର୍ଷା ଛାଡିଗଲା ପରେ ପ୍ରତି ୧୦ ଲିଟର ପାଣିରେ ୧.୫ ଗ୍ରାମ ଷ୍ଟେପ୍ଟୋସାଇକ୍ଲିନ ଓ ୨୦ଗ୍ରାମ (ମେଟାଲିକ୍ୱିଲ + ମାଙ୍କୋଜେବ) ମିଶାଇ ଫସଲର ମୂଳ ଭାଗକୁ ସିଞ୍ଚନ କରନ୍ତୁ।
– ବିଲାତି ବାଇଗଣ ଓ କୋବି ଜାତୀୟ ଫସଲରେ ଧୂଆଁପତ୍ର ଗୋଟିପୋକ ଲାଗିବାର ସମ୍ଭାବନା ଥ‌ିବାରୁ ଏକର ପ୍ରତି ୩୦୦ ମି.ଲି. ଲାମ୍ବଡା ସାଇହାଲୋଦ୍ରୀନ ୪,୯ ସି.ଏସ. କୀଟନାଶକ ଔଷଧକୁ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ।
– ପରବର୍ତୀ ଅବସ୍ଥାରେ ଏକର ପ୍ରତି ୭୦ ମି.ଲି. ଫୁବେଣ୍ଟିଆମାଇଡ ୩୯.୩୫ ଏସ.ସି. କିମ୍ବା ୮୦ ଗ୍ରାମ ଇମାମେକ୍ସିନ ବେଞ୍ଜୋଏଟ କୀଟନାଶକ ଔଷଧ ସିଞ୍ଚନ କରନ୍ତୁ।
– ଏବେ ବିଭିନ୍ନ ଜିଲ୍ଲାରେ ଆଳୁ ବିହନ ଲଗା ଚାଲିଛି। ବର୍ଷାର ପରିମାଣକୁ ଦେଖୁ ସାମୟିକଭାବେ ସ୍ଥଗିତ ରଖନ୍ତୁ ଏବଂ ଲଗାଯାଇଥିବା ଜମିରେ ନାଳି କାଟି, ନାଳି ମୁହଁ ଖୋଲା ରଖନ୍ତୁ।

ଓଡିଶାର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କ ପାଇଁ
– ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ।
– ଖରିଫ ଧାନ ୮୫ଭାଗ ପାଚି ଯାଇଥିଲେ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ।
– ଧାନ କାଟି ବିଲରେ ଶୁଖାନ୍ତୁ ନାହିଁ।

କପା
– ଅମଳ ଉପଯୋଗୀ କପା ଫସଲକୁ ଅତି ଶୀଘ୍ର ଅମଳ କରନ୍ତୁ ଏବଂ ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ।

ଡାଲିଜାତୀୟ ଫସଲ
– ମୁଗ, ବିରି ଆଦି ଫସଲ ଥିବା ଚାଷ ଜମିରୁ ପାଣି କାଟିବାର ବ୍ୟବସ୍ଥା କରନ୍ତୁ।
– ବର୍ଷା ପରବର୍ତୀ ସମୟରେ ରୋଗପୋକ ସର୍ବେକ୍ଷଣ କରି ଉପଯୁକ୍ତ ରୋଗପୋକ ନିରୋଧକ ଔଷଧ ବ୍ୟବହାର କରନ୍ତୁ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories