www.samajalive.in
Friday, December 12, 2025
23.1 C
Bhubaneswar

ଛତିଶଗଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର

ଡେସ୍କ: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜ୍ୟର ଜନତାଙ୍କୁ ବିକାଶର ଦ୍ୱାହି ଦେଇ ପ୍ରତାରଣା କରିଛନ୍ତି ଓ ତାଙ୍କର ଘୋଷଣା ଆଜି କେବଳ ଘୋଷଣାରେ ହିଁ ସୀମିତ ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଙ୍ଗଳବାର ଛତିଶଗଡ଼ର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରିବା ଅବସରରେ ସେ ଏହା କହିଛନ୍ତି।

ଶ୍ରୀ ପ୍ରଧାନ ମହାସମୁନ୍ଦ ଜିଲ୍ଲାର ବସନା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ସମ୍ପତ ଅଗ୍ରଓ୍ୱାଲଙ୍କ ସମର୍ଥନରେ ପ୍ରଚାର କରି କହିଛନ୍ତି, ମୋଦୀ ସରକାର ଗରିବଙ୍କ କଲ୍ୟାଣ ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି। ମହିଳାଙ୍କୁ ସର୍ବାଧିକ ପ୍ରାଥମିକତା ଆଜି ମୋଦୀ ସରକାରଙ୍କ ନୀତି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମହିଳା ଆଧାରିତ ବିକାଶ ଆମ କେନ୍ଦ୍ରବିନ୍ଦୁରେ ରହିଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସବୁ ଗରିବ ଘରକୁ ଗ୍ୟାସ ପହଞ୍ଚାଯାଇଛି। ମୋଦୀ ଗ୍ୟାରେଣ୍ଟି ଦେବାରୁ ସିଲିଣ୍ଡରର ଦାମ କମିଛି। ଉଜ୍ଜ୍ୱଳା ହିତାଧିକାରୀମାନେ ଏଣିକି ବଜାରର ନିର୍ଦ୍ଧାରିତ ମୂଲ୍ୟ ଠାରୁ ୫୦୦ ଟଙ୍କା କମ୍ ମୂଲ୍ୟରେ ଗ୍ୟାସ ପାଉଛନ୍ତି। କେବଳ ଏତିକି ନୁହେଁ, ପିଏମ ଆବାସରେ ଘର ନିର୍ମାଣ ହୋଇଛି। ଏହା ଦ୍ୱାରା ମହିଳାଙ୍କ ସମ୍ମାନ ଓ ଆତ୍ମସ୍ୱାଭିମାନ ବଢିଛି ବୋଲି ସେ କହିଛନ୍ତି।

- Advertisement -

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବସନାର ଗଢଫୁଲଝର ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ରଣେଶ୍ୱର ରାମଚଣ୍ଡି ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories