www.samajalive.in
Tuesday, December 9, 2025
26.1 C
Bhubaneswar

ବେକରେ ଗାମୁଛା ଲଗାଇ କାର୍ଯ୍ୟରତ ହୋମଗାର୍ଡଙ୍କ ଆତ୍ମହତ୍ୟା

ଜି.ଉଦୟଗିରି : ସ୍ଥାନୀୟ ଗଉଡ ସାହି ସ୍ଥିତ ଭଡାଘରେ ଜି ଉଦୟଗିରି ଥାନାରେ କାର୍ଯ୍ୟରତ ହୋମଗାର୍ଡର ଗଳିତ ଶବକୁ ଜି.ଉଦୟଗିରି ପୁଲିସ ଉଦ୍ଧାର କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶଯେ ହୋମଗାର୍ଡ ସିମାଞ୍ଚଳ ମାହାନ୍ତି ୩୯ ବର୍ଷ କୌଣସି ଦୁର୍ଘଟଣାରୁ ନିଜ ଗୋଡ ଭାଙ୍ଗିଯାଇଥିବାବେଳେ ଗୋଡରେ ରଡ ଦିଆଯାଇଥିବାରୁ ସିମାଞ୍ଚଳ ଭୀଷଣ ଯନ୍ତ୍ରଣା ପାଉଥିଲେ। ତାଙ୍କର ପ୍ରାୟ ୭ ବର୍ଷର କନ୍ୟା ସନ୍ତାନଟିଏ ଥିବା ଜଣାପଡିଛି।

ଅପରପକ୍ଷେ ଆଜକୁ ଦୀର୍ଘ ୭ ରୁ ୮ ବର୍ଷ ହେବ ତାଙ୍କର ଧର୍ମପତ୍ନୀ ତାଙ୍କୁ ଛାଡି ପଳାଇ ଯାଇଥିବା କାରଣରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗତ ତିନି ଦିନ ପୂର୍ବରୁ ସିମାଞ୍ଚଳକୁ ସାହି ଲୋକ ଦେଖିନଥିବା କହିଥିଲେ। ତେବେ ପ୍ରାଥମିକ ତଦନ୍ତରେ ତିନି ଦିନ ତଳୁ ସେ ତାଙ୍କର ଏକ ଭଡାଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ପରେ ତାର ଭାଇକୁ ଶବ ହସ୍ତାନ୍ତର କରିଥିବା ବେଳ ଏହି ଘଯଣାର ତଦନ୍ତ ଦାୟିତ୍ବ ଏସ ଆଇ ବିଭୂତି ଭୂଷଣ ମୂଦୁଲୀଙ୍କୁ ଦିଆଯାଇଥିବା ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।

Hot this week

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories