ଜି ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ମୂଖ୍ୟ ରାସ୍ତା କଡରେ ବିପଦପୂର୍ଣ୍ଣ ଭାବେ ମୁକୁଳା ହୋଇ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର ଏଥିପ୍ରତି କାହାର ନିଘା ନାହିଁ। ବିଦ୍ୟୁତ୍ ତାର ଗୁଡିକ ତଳକୁ ଝୁଲି ରହିଛି। ବିଦ୍ୟୁତ ବିଭାଗ ଆଖିରେ ପଟି ବାନ୍ଧିଥିବା ପରି ମନେ ହୁଏ। ରାଇକିଆ ପଞ୍ଚାୟତ ୨ ୱାର୍ଡର ସ୍ଥାନୀୟ ସିଙ୍ଗିଗଡ଼ ଜନଗହଳି ପୂର୍ଣ୍ଣ ରୋଡ଼ କଡ଼ରେ ରହିଛି ଏହି ଟ୍ରାନ୍ସଫର୍ମ। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ସେଣ୍ଟ୍ କ୍ୟାଥରିନ୍ ବାଳିକା ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ, କଲେଜ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଏସବିଆଇ ବ୍ୟାଙ୍କକୁ ଆସୁଥିବା ଗ୍ରାହକ ସହ ବହୁ ସଂଖ୍ୟକ ଗାଡ଼ି ମଟର ଚଳାଚଳ ହେଉଛି। ପାଚେରୀ କଡ଼ ଟ୍ରାନ୍ସଫର୍ମରକୁ ଲାଗି ଠେଲା ଗାଡ଼ିରେ ଲୋକେ ଜଳଖିଆ ଦୋକାନ କରିଛନ୍ତି। ସେଠାରେ ବିପଦପୂର୍ଣ୍ଣ ଭାବେ ଠିଆ ହୋଇ ଜଳଖିଆ ଖାଉଛନ୍ତି ଏବଂ ହାତ ଧୂଆ ପାଣି ଜମିକି ରହୁଛି ଏବଂ ଲଗାଣ ବର୍ଷା ଜାରି ରହିଛି। ତେଣୁ ସେଠାରେ କୈାଣସି ଅଘଟଣ ଘଟିବା ପୂର୍ବରୁ ଟ୍ରାନ୍ସଫର୍ମର ଚାରିପଟେ ତାରବାଡ଼ ଘେରାଉ କରିବା ପାଇଁ ବିଦ୍ୟୁତ ବିଭାଗ ଏବଂ ପ୍ରଶାସନ ତତ୍ପର ହେବାପାଇଁ ସାଧାରଣରେ ଦାବି ହେଉଛି।
Popular Categories



