କଟକ: ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଜାତୀୟ ସଦ୍ଭାବନା ଦିବସ ଅବସରରେ ଏକ ଶପଥ ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଆର୍. କେ. ଶର୍ମା ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଦ୍ଭାବନା ଶପଥ ପାଠ କରାଇଥିଲେ। ଏହି ଅବସରରେ ପୁଲିସ ମୁଖ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଜାତି, ଧର୍ମ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ଦେଶରେ ସଦ୍ଭାବ ଏବଂ ଭାବନାତ୍ମକ ଏକତା ନିମନ୍ତେ କାର୍ୟ୍ୟ କରିବା ସହ ନିଜ ନିଜ ମଧ୍ୟରେ ଥିବା ମତଭେଦକୁ ଆପୋଷ ଆଲୋଚନା, ଅହିଂସା ତଥା ସାମ୍ୱିଧାନିକ ବିଧି ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବାକୁ ଶପଥ କରିଥିଲେ। ଏହି ଶପଥ ପାଠ କାର୍ୟ୍ୟକ୍ରମରେ ଏସ୍. ପ୍ରବୀଣ କୁମାର, ଆଇ.ପି.ଏସ, ଆଇ.ଜି ଅଶୋକ କୁମାର ମହାନ୍ତି, ଏ.ଆଇ.ଜି ପ୍ରିୟ ରଞ୍ଜନ ଶତପଥୀ, ଏ.ଆଇ.ଜି ପଙ୍କଜ କୁମାର ନାୟକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଶୋକ କୁମାର ବେହେରା, ସୁବେଦାରଙ୍କ ସମେତ ସମସ୍ତ ସଂସ୍ଥା ଅଧିକାରୀ, ଉପବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ।
Popular Categories



