ଗୁଡଭେଲା : ଗୁଡଭେଲା ବ୍ଳକରେ ଚଳିତ ବର୍ଷ ଡିସେମ୍ବର ୮ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହୋଇଯାଇଛି। ବ୍ଳକରେ ୮ଟି ସମବାୟ ସମିତି ସହ ଗୋଟେ ସ୍ବୟଂ ସହାୟକ ଦଳ ଧାନ କିଣିବାକୁ ନିଯୁକ୍ତି ହୋଇଛନ୍ତି। ଚଳିତ ବର୍ଷ ଅଳ୍ପ ବୃଷ୍ଟିପାତ ଶତାଧିକ ଏକର ଜମି ପଡ଼ିଆ ରହିବା ସହ ଅଦିନିଆ ବର୍ଷାରେ ଧାନ କ୍ଷତି ହୋଇଛି। ଚାଷିମାନେ ବହୁତ କଷ୍ଟରେ ଅଳ୍ପ ବହୁତ କରି ଧାନ ପାଇଛନ୍ତି। ହେଲେ ମଣ୍ଡି ଗୁଡିକରେ ଦଲାଲ ରାଜୁତି ଯୋଗୁଁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଗୁଡଭେଲା ବ୍ଳକରେ ଧାନ କିଣା ୨୦ ଦିନ ହେଲା ଆରମ୍ଭ ହୋଇଛି, ତଥାପି ଏଠାରେ ଧାନ କିଣା ନେଇ ଅବ୍ୟବସ୍ଥା ପିଛା ଛାଡୁ ନାହିଁ। ବ୍ଳକରେ ଧାନ ବିକ୍ରି କରିବା ପାଇଁ ୪ ହଜାର ୫ ଜଣ ଚାଷୀଙ୍କ ପଞ୍ଜୀକରଣ କରାଯାଇଛି । ସେଥି ମଧ୍ୟ ରୁଷୁଡା ପେକ୍ସରେ ୬୧ ଚାଷିଙ୍କ ୨୬୪୭ କ୍ୟୁଇଣ୍ଟାଲ, ତୁଷୁରା ପେକ୍ସରେ ୫୭ ଜଣ ଚାଷିଙ୍କ ୩୧୩୯ କ୍ୟୁଇଣ୍ଟାଲ, ଗୁଡଭେଲା ପେକ୍ସରେ ୧୩୭ ଜଣ ଚାଷିଙ୍କ ୫୯୬୬ କ୍ୟୁଇଣ୍ଟାଲ, ଘୁନା ମଣ୍ଡିରେ ୧୩୫ ଜଣ ଚାଷିଙ୍କ ୬୬୧୯ କ୍ୟୁଇଣ୍ଟାଲ, ନୂଆପଡା ପେକ୍ସରେ ୫୯ ଜଣ ଚାଷୀଙ୍କ ୨୪୬୪ କ୍ୟୁଇଣ୍ଟାଲ, ତେନ୍ତୁଳିଖୁଣ୍ଟି ପେକ୍ସରେ ୭୫ ଜଣ ଚାଷିଙ୍କ ୪୦୫୬ କ୍ୟୁଇଣ୍ଟାଲ, ଜାମୁଟ ପେକ୍ସରେ ୮୯ ଜଣ ଚାଷିଙ୍କ ୩୧୫୪ କ୍ବ୍ୟୁଇଣ୍ଟାଲ, ଝାରସମରା ପେକ୍ସରେ ୩୦ ଜଣ ଚାଷିଙ୍କ ୧୩୯୩ କ୍ୟୁଇଣ୍ଟାଲ ଏବଂ ସତ୍ୟଭାମା ସ୍ବଂୟ ସହାୟକ ଦଳ ସମର ୨୧ ଜଣ ଚାଷୀଙ୍କ ୭୬୯ କ୍ୟୁଇଣ୍ଟାଲ ଧାନ କିଣା ଯାଇଛି । ସରକାରଙ୍କ କଡା ନିର୍ଦ୍ଦେଶପରେ ମଧ୍ୟ ବ୍ଳକର ମଣ୍ଡିମାଙ୍କରେ ଏଫଏକ୍ୟୁ ନାମରେ ଚାଷୀଙ୍କୁ ଶୋଷଣ କରି ୫ ରୁ ୮ କେଜି କ୍ୟୁଣ୍ଟାଲ ପ୍ରତି କଟନି ବାଧ୍ୟତା ମୂଳକ ନିଆ ଯାଇଛି। ଯାହା ଫଳରେ ଧାନ ମାନର ନିର୍ଦ୍ଧାରଣ କରୁଥିବା ଯନ୍ତ୍ରପାତି ନାମ ମାତ୍ର ଗୋଦାମ ଗୃହରେ ଶୋ’ ଦେଖାଇବା ପାଇଁ ରଖା ଯାଇଛି ।
ପେକ୍ସ ସମ୍ପାଦକଙ୍କୁ ପଚରା ଗଲେ ଆମର କିଛି ହାତ ନାହିଁ ବୋଲି କହୁଛନ୍ତି। ଅପରପକ୍ଷରେ ମିଲର୍ ଓ ଚାଷିଙ୍କ ମଧ୍ୟ ତାହା ବୁଝାମଣା ହେଉଥିବା ସଫେଇ ଦେଉଛି। ଏହିପରି ମଣ୍ଡି ଅବସ୍ଥା ଦେଖାଯିବାରୁ କଟନି ଭୟରେ କିଛି ଲୋକଙ୍କ ପଞ୍ଜୀକରଣ ହୋଇଥିଲେ ମଧ୍ୟ ଟୋକନ ନ ଆସିଥିବାରୁ ଦଲାଲମାନକୁ ୧୩ ରୁ ୧୪ ଶହ ଟଙ୍କାରେ ଧାନ ଚାଷିମାନେ ବିକ୍ରି କରୁଛନ୍ତି। ସମବାୟ ସମିତି ସମ୍ପାଦକମାନେ ଦଲାଲ ସହିତ ସଖି ସାଜୁଥିବାରୁ ଏପରି ଦେଖା ଦେଇଛି। ସେହିପରି ମିଲର୍ ମାନଙ୍କ ମଧ୍ୟରେ ସମ୍ପାଦକ ମଧ୍ୟ ସଲାସୁତୁରା ନୀତି ଯୋଗୁ ପ୍ରତି କ୍ୟୁଇଣ୍ଟାଲ ପିଛା ୨୦୦ ରୁ ୩୦୦ ଟଙ୍କା ନେଇ ମିଲର୍ ମାନଙ୍କୁ ଫଲସ୍ ଏଣ୍ଟ୍ରି ଦେଉଛନ୍ତି । ସମବାୟ ସମିତିରରେ ସ୍ବଚ୍ଛତା ଆଣିବା ପାଇଁ ୫ଟି ଅଧିନକୁ ନେଇ ଥିଲେ ମଧ୍ୟ ପ୍ରଶାସନ ତଥା ମିଲର୍ ମାନଙ୍କ ଭିତ୍ତିରି ସଲାସୁତୁରା ଯୋଗ ସ୍ବଚ୍ଛତା ହେଇପାରୁ ନାହିଁ। ତୁଷୁରା ଧାନ ବିକ୍ରିୟ କେନ୍ଦ୍ରରେ ମିଲର୍ ଜରି ବସ୍ତା ନ ନେଇ ଅଖା ବସ୍ତା ଅବସ୍ଥାରେ ନେଇଥିବାରୁ ଜରି ବସ୍ତାରୁ ଅଖା ବସ୍ତାକୁ ପରିବର୍ତ୍ତନ କରାଯାଇଛି। ଚାଷିମାନେ ଅଖା ବସ୍ତା ପାଇଁ ବିଭିନ୍ନ ମିଲ, ଦୋକାନରେ ୨୦ରୁ ୩୦ ଟଙ୍କା ଦର ବସ୍ତା ଆଣି ଧାନ ମଣ୍ଡିକୁ ଆଣୁଛି। ହେଲେ ଜରି ମଣ୍ତା ନ ନେଉ ଥିବାରୁ ହଇରାଣ ହେଵାକୁ ପଡୁଛି। ଗୁଡଭେଲା ବ୍ଳକରେ ଅଧିକାଂଶ ଚାଷିଙ୍କ ଟୋକନ ଆସିଥିଲେ ଚାଷିଙ୍କୁ ମଣ୍ଡିକୁ ଧାନ ଆଣିବା ପାଇଁ କିଛି ଦିନ ଯାଉ ଆଣିବ ବୋଲି ପେକ୍ସ ଅଧିକାରୀମାନେ କହି ବାରଣ କରୁଥିବା ଅଭିଯୋଗ ହେଉଛି। ଫଳରେ ଚାଷିଙ୍କ ଟୋକନ ଆସିଥିଲେ ମଧ୍ୟ ଖେତରେ ଧାନ କାକରରେ ଭିଜିବା ସହ ରାତ୍ରି ଉଜାଗର ରହୁଛି। ବ୍ଳକ ଭିତରେ ଥିବା ୧୮ ଟି ରାଇସ ମିଲ ମଧ୍ୟରୁ ୧୪ଟି ମିଲ ପୂର୍ବରୁ କଳାବଜାରୀ ଠାରୁ କିଣିଥିବା ଧାନକୁ କିଭଳି ଭାବେ ଏଣ୍ଟ୍ରି କରି ଦେଖାଇବେ ତାକୁ ନେଇ ସମ୍ପାଦକ ମାନଙ୍କ ଠାରେ ଭିତିରିଆ ବୁଝାମଣା କରିଥିବା ଆଲୋଚନା ହେଉଛି। ଏଣୁ ଜିଲ୍ଲାପାଳ ଗୁଡ଼ଭେଳା ବ୍ଳକର ଧାନ କିଣା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।



