ଗୁଡ଼ଭେଲା ରାହୁଲ ନଦୀରେ ବ୍ୟାରେଜ ନିର୍ମାଣ ନେଇ ଜଳ ସମ୍ପଦମନ୍ତ୍ରୀଙ୍କ ପାଖରେ ଉତ୍ତର ନାହିଁ

ଗୁଡଭେଲା: ଗତ ଶନିବାର ଦିନ ବିଧାନସଭାରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ୨୦୧୦ ମସିହାରୁ ୨୦୨୨ ମଧ୍ୟରେ ଜଳ ସଂରକ୍ଷଣ କରି କୃଷି ନିମନ୍ତେ ଜଳସେଚନ ଓ ପାନୀୟ ଜଳ ନିତ୍ୟ ବ୍ୟବହାର ଓ ଜଳ ସଦୁପଯୋଗ କରିବା ପାଇଁ ସରକାର କେଉଁ କେଉଁ ସ୍ଥାନରେ କେତେ ମୂଲ୍ୟ ଅଟକଳ ନଦୀବନ୍ଧ ନିର୍ମାଣର ପରିକଳ୍ପନା କରିଛନ୍ତି । ଆଜି ପର୍ଯ୍ୟନ୍ତ କେତେ ଟଙ୍କା ବ୍ୟୟରେ କେତୋଟି ବ୍ୟାରେଜ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ଓ କେତୋଟି ବ୍ୟାରେଜ ନିର୍ମାଣ ଧିନ ଅଛି ବୋଲି ବିଧାନସଭାରେ ପ୍ରଶ୍ନ କରିଥିଲେ । ହେଲେ ଏହି ପ୍ରଶ୍ନର  ଉତ୍ତର ଦେଇଥିବା  ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ଉତ୍ତରରେ ଗୁଡ଼ଭେଲାରେ ନିର୍ମାଣ ହେବାକୁ ଥିବା ବ୍ୟାରେଜ ସମ୍ବନ୍ଧରେ କୌଣସି ଉତ୍ତର ନଥିବାରୁ ବ୍ୟାରେଜ ନିର୍ମାଣ  ବିଜେଡିର ଧୂଆଁ ବାଣ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ରାହୁଳ ନଦୀରେ ନିର୍ମାଣ ହେବାକୁ ଥିବା ୬୮ କୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

prayash

ଫଳରେ ବ୍ୟାରେଜ ନିର୍ମାଣକୁ ନେଇ ଏବେ ଗୁଡ଼ଭେଲା ଅଞ୍ଚଳରେ ରାଜନୈତିକ ପାଣିପବନ ଉଷୁମ ହେବାରେ ଲାଗିଛି । ସୂଚନାଯୋଗ୍ୟ ଯେ ଗତ ବର୍ଷ ଜୁଲାଇ ୬ ତାରିଖ ଦିନ ଗୁଡଭେଲା ବ୍ଳକ ପରିସରରେ ଭିଡିଓ କନଫରନେସିଂ ଜରିଆରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପସ୍ଥିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ  ୬୮ କୋଟି ଟଙ୍କା ମଞ୍ଜୁରୀ କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ଚାଷୀଙ୍କ ସୁବିଧା ହୋଇପାରିବ ସହ ମାର୍ଚ୍ଚ ଓ ଜୁନ ପର୍ଯ୍ୟନ୍ତ ପାଣି ସମସ୍ୟା ଦୂରହେବ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ।

ତେଣୁ ନଦୀ ଧାରାରେ ଜଳ ସଂରକ୍ଷଣ ଢାଞ୍ଚା ଚାଷୀଙ୍କ ପାଇଁ ଉପଦେୟ ହେବା ସହ ଦୈନିକ ଆବଶ୍ୟକତା ମେଣ୍ଟାଇବା ସହ ଜୀବନ ଜୀବିକା ସହାୟକ ହେବ । ଏହି ପ୍ରକଳ୍ପ ଦ୍ୱାରା ଗୁଡଭେଲା ବ୍ଳକର ଜଳ ସମସ୍ୟା ଦେଖା ଯିବ ନାହିଁ ।ଏହି ବ୍ୟବସ୍ଥାରେ ସଂରକ୍ଷିତ ଜଳକୁ ବିଭିନ୍ନ ପ୍ରକାର ଭୂପୃଷ୍ଠ ଜଳ ଅମଳ କାମରେ ମଧ୍ୟ ବିନିଯୋଗ କରାଯାଇ ପାରିବ ।ଏହା ଦ୍ବାରା ବ୍ଲକର ୨ଟି ପଞ୍ଚାୟତର ୮୭୮୪ ଲୋକ ଉପକୃତ ହୋଇପାରିବେ । ଏପରିକି ଗତ ୨୨.୯.୨୧ରେ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ ଗସ୍ତରେ ଆସି ଭିତ୍ତିପ୍ରସ୍ଥର ମଧ୍ୟ ସ୍ଥାପନ କରିଥିଲେ । ହେଲେ ଜଳ ସମ୍ପଦ ମନ୍ତ୍ରୀଙ୍କ ଉତ୍ତରରେ ଗୁଡ଼ଭେଲା ବ୍ୟାରେଜର କୌଣସି ସୂଚନା ନଥିବାରୁ ବ୍ୟାରେଜ ନିର୍ମାଣ ବିଜେଡିର ଧୂଆଁ ବାଣ ବୋଲି ଆଲୋଚନା ଜୋର ଧରିଛି।

kalyan agarbati

Comments are closed.