www.samajalive.in
Saturday, December 6, 2025
17.1 C
Bhubaneswar

ଜିଏସଟି ଆପିଲେଟ ଟ୍ରିବ୍ୟୁନାଲର ରାଷ୍ଟ୍ରୀୟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି 

ନୂଆଦିଲ୍ଲୀ :   ସାମଗ୍ରୀ ଓ ସେବା କର ସଂକ୍ରାନ୍ତ ବିବାଦ ସମାଧାନ ଲାଗି ଏକ ରାଷ୍ଟ୍ରୀୟ ଆପିଲେଟ ଟ୍ରିବ୍ୟୁନାଲ ଗଠନ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର  ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନୂତନ ବେଞ୍ଚର ନାମ ରଖାଯିବ ସାମଗ୍ରୀ ଓ ସେବା କର ଆପିଲେଟ ଟ୍ରିବ୍ୟୁନାଲ ରାଷ୍ଟ୍ରୀୟ ବେଞ୍ଚ (ଜିଷ୍ଟାଟ୍) । ଆପିଲେଟ ଟ୍ରିବ୍ୟୁନାଲ ର ରାଷ୍ଟ୍ରୀୟ ବେଞ୍ଚ ନୂଆଦିଲ୍ଲୀଠାରେ ପ୍ରତିଷ୍ଠା କରାଯିବ ଏବଂ ଏହାର ଜଣେ ସଭାପତି ଏବଂ ୨ ଜଣ ବୈଷୟିକ ସଦସ୍ୟ ରହିବେ । ୨ ଜଣ ବୈଷୟିକ ସଦସ୍ୟଙ୍କ ମଧ୍ୟରୁ ଜଣେ କେନ୍ଦ୍ରର ଏବଂ ଆଉ ଜଣେ ରାଜ୍ୟର ପ୍ରତିନିଧିତ୍ୱ କରିବେ ।

ଜିଷ୍ଟାଟର ଜାତୀୟ ବେଞ୍ଚ ପ୍ରତିଷ୍ଠା ଲାଗି ଏକକାଳୀନ ୯୨.୫୦  ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ତେବେ ଏହାର ପୁନଃପୌନିକ ଖର୍ଚ୍ଚ ବାର୍ଷିକ ୬.୮୬ କୋଟି ଟଙ୍କା ହେବ ।

- Advertisement -
Pic. Credit : live Law

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମଗ୍ରୀ ଓ ସେବା କର ସଂକ୍ରାନ୍ତ ଆଇନ ଓ ତତ ସଂକ୍ରାନ୍ତ ବିଷୟ ନେଇ ବିବାଦ ଉପୁଜିଲେ ପ୍ରସ୍ତାବିତ ଜିଏସଟି ଆପିଲେଟ ଟ୍ରିବ୍ୟୁନାଲ ତାହାର ବିଚାର କରି ନିଷ୍ପତ୍ତି ନେବେ । ଏହା ଆବେଦନ ପୁନର୍ବିଚାରର ଦ୍ୱିତୀୟ ଫୋରମ ଭାବେ ବିବେଚିତ ହେବ । ଏବେ ଜିଏସଟି ଆଇନ ଅଧୀନରେ ଏକକ ଜାତୀୟ ଆପିଲେଟ ଟ୍ରିବ୍ୟୁନାଲ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ପ୍ରତିଷ୍ଠା କରାଯାଇଛି । ବିଭିନ୍ନ ସ୍ତରରେ ଥିବା ଆପିଲେଟ କର୍ତ୍ତୃପକ୍ଷଙ୍କ ଆଦେଶ ବିରୁଦ୍ଧରେ ସଂପୃକ୍ତ ପକ୍ଷ ଜାତୀୟ ଆପିଲେଟ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇପାରିବେ ।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories