www.samajalive.in
Friday, December 5, 2025
26.1 C
Bhubaneswar

୧୦ରୁ ଜନ ଅଦାଲତରେ ବିଜେପି ମାଗିବ ଜବାବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ସମ୍ଭେଦନହୀନ କାରଣରୁ ସାରା ଓଡିଶାରେ ଚାଷୀ, ମହିଳା, ଯୁବକ ଆଜି ଅସୁରକ୍ଷିତ ଏବଂ ଅସହାୟ ହୋଇପଡିଛନ୍ତି ବୋଲି ବିଜେପି ସଙ୍ଗିନ ଅଭିଯୋଗ ଆଣିଛି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ବିଜେଡି ଦଳର ବିଧାୟକ , ସାଂସଦ ଓ ମନ୍ତ୍ରୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କିଛି ଫରକ ପଡୁନାହିଁ। ଶାସକ ଦଳର ସାଂସଦ, ମନ୍ତ୍ରୀ ଓ ବିଧାୟକଙ୍କ ଲୋକଙ୍କ ପ୍ରତି ଯାହା ଉତ୍ତରଦାୟିତ୍ୱ ରହିବା କଥା ତାହା ଦେଖିବାକୁ ମିଳୁନାହିଁ। ଏପରି ସ୍ଥାଣୁ, ଅପାରଗ, ଭ୍ରଷ୍ଟ ସରକାରଙ୍କୁ ନେଇ ଜନଦରବାରରେ ଜବାବ ମଗାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ଫେବୃଆରୀ ୧୦ରୁ ୧୭ ତାରିଖ ଯାଏଁ ରାଜ୍ୟର ସମସ୍ତ ୨୧ଟି ଲୋକସଭାରେ ଦଳ ପକ୍ଷରୁ ଜନ ଅଦାଲତ କରି ବିଜେଡ଼ି ସରକାରକୁ ଜବାବ ମଗାଯିବ। ୧୯ ବର୍ଷ ଶାସନରେ ଓଡିଶାରେ କଳାକନା ବୁଲାଇଥିବା ବିଜେଡି ସରକାର ନିର୍ବାଚନର ମାତ୍ର କେଇଦିନ ପୂର୍ବରୁ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଜନ ଅଦାଳତରେ ଶାସକ ଦଳର ସାଂସଦ, ମନ୍ତ୍ରୀ, ବିଧାୟକ ମାନେ ଉପସ୍ଥିତ ରହି ଲୋକଙ୍କ ପ୍ରଶ୍ନର ଜବାବ ଦେବା ସହ ବିଜେପି ପ୍ରସ୍ତୁତ କରିଥିବା ଚାର୍ଜ ସିଟର ଉତ୍ତର ଦେବା ପାଇଁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି। ଦେଶକୁ ସ୍ୱାଧୀନତା ଆଣିବାରେ ନେତାଜୀ ସୁଭାଷ ବୋଷଙ୍କର ଅବଦାନ ଥିଲା ଅତୁଳନୀୟ। ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମକରି ଗଣତନ୍ତ୍ରର ରକ୍ଷା ପାଇଁ ସେ ଆଜୀବନ ପ୍ରୟାସ କରିଥିଲେ। ତାଙ୍କର ଜନ୍ମଜୟନ୍ତୀ ଅବସରେ ଓଡିଶାରେ ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜେପି ଏହି ଅଭିଯାନ ଆରମ୍ଭ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସମ୍ମିଳନୀ ପୂର୍ବରୁ ବିଜେପି ନେତୃବୃନ୍ଦ ନେତାଜୀଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ, ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories