ନୂଆଦିଲ୍ଲୀ: ଜିଏସ୍ଟି ଟିକସ ସ୍ଲାବ୍କୁ ସରଳ କରିବାକୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମ୍ଏଫ୍) ଭାରତକୁ ପରାମର୍ଶ ଦେଇଛି। ଆଇଏମ୍ଏଫ୍ ବାର୍ଷିକ ରିପୋର୍ଟରେ ଟିକସ ସଂସ୍କାର କ୍ଷେତ୍ରରେ ଜିଏସ୍ଟିକୁ ଏକ ମାଇଲଖୁଣ୍ଟ ହିସାବରେ ବର୍ଣ୍ଣନା କରିଯିବା ସହିତ ଏହାକୁ ଆହୁରି ଅଧିକ ସରଳ କରିବାକୁ ପରାମର୍ଶ ଦିଆଯାଇଛି।
ରିପୋର୍ଟରେ ଦର୍ଶାଯାଇଛି ଯେ ସର୍ବନିମ୍ନ ଓ ସର୍ବାଧିକ ଏଭଳି ଦୁଇଟି ସ୍ଲାବ୍ ରଖି ଜିଏସଟିକୁ ଆହୁରି ଅଧିକ ସରଳ କରାଯିବା ଆବଶ୍ୟକ। ଏଭଳି କରାଗଲେ ରାଜସ୍ୱ ସଂଗ୍ରହ ହାର ତ୍ୱରାନ୍ୱିତ ହୋଇପାରିବ। ଏବେ ଜିଏସ୍ଟିରେ ୪ଟି ସ୍ଲାବ୍ ଥିବା ବେଳେ ଅନେକ ସାମଗ୍ରୀକୁ ଜିଏସ୍ଟିରୁ ବାଦ ଦିଆଯାଇଛି। ଏହାଦ୍ୱାରା ବିଭ୍ରାନ୍ତି ବଢ଼ିବାର ଆଶଙ୍କା ରହିଥିବା ଆଇଏମ୍ଏଫ୍ ରିପୋର୍ଟରେ ଦର୍ଶାଯାଇଛି।
ଜିଏସ୍ଟି ସରଳ କରିବାକୁ ଆଇଏମ୍ଏଫ୍ର ପରାମର୍ଶ
Popular Categories



