www.samajalive.in
Friday, December 5, 2025
20.1 C
Bhubaneswar

ରୂପେ କାର୍ଡ, ଭୀମ୍‌ ଆପ୍‌ରେ ପେମେଣ୍ଟ ଉପରେ ମିଳିବ ଜିଏସ୍‌ଟି ରିଆତି

ରାଜ୍ୟ ଆରମ୍ଭ କରିବେ ପାଇଲଟ୍‌ ପ୍ରକଳ୍ପ

ନୂଆଦିଲ୍ଲୀ :  ଦ୍ରବ୍ୟ ଏବଂ ସେବା କର (ଜିଏସ୍‍ଟି) ପରିଷଦର ୨୯ତମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲଙ୍କ ​ ଅଧ୍ୟକ୍ଷତା​‌ରେ ହୋଇଥିବା ଏହି ବୈଠକରେ କେ​‌ତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନିଆଯାଇଛି । ଖୁବ୍‌ଶୀଘ୍ର ରାଜ୍ୟଗୁଡିକ ରୂପେ କାର୍ଡ ଏବଂ ଭୀମ୍‌ ଆପ୍‌ ଜରିଆରେ ଡିଜିଟାଲ ପେମେଣ୍ଟ ଉପରେ ରିଆତି ପ୍ରଦାନ କରିବା ଲାଗି ଏକ ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରିବେ। ବୈଠକରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଲାଗି ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଲାଗି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁଳ୍କାଙ୍କ ଅଧ୍ୟକ୍ଷତାରେ‌ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯିବ। ଏହି ମନ୍ତ୍ରୀ ଗୋଷ୍ଠୀରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପଞ୍ଜାବ ଏବଂ କେରଳର ଅର୍ଥ ମନ୍ତ୍ରୀ ରହିଛନ୍ତି। ଏହାଛଡା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଆଇନ ପ୍ରକ୍ରିୟାକୁ  ଦେଖାଶୁଣା ଲାଗି ଏକ କମିଟି ମଧ୍ୟ ଗଠନ କରାଯିବାକୁ ନିଷ୍ପତ୍ତ ନିଆଯାଇଛି । ଟିକସ ହାରର ସହ ସମ୍ପୃକ୍ତ ପ୍ରସଙ୍ଗକୁ ଟିକସ ଅଧିକାରୀଙ୍କୁ ନେଇ ଗଠିତ ଫିଟମେଣ୍ଟ କମିଟି ଅନୁଧ୍ୟାନ କରିବ। ଶ୍ରୀ ଗୋୟଲ କହିଲେ, ସ୍ବେଚ୍ଛାକୃତ ଭାବେ ଏହା କରିବାକୁ ଚାହୁଁଥିବା ରାଜ୍ୟ ପାଇଲଟ୍‌ ଭିତ୍ତିରେ ଏହାକୁ ଆରମ୍ଭ କରିପାରିବେ। ଏହି ପାଇଲଟ୍‌ ପ୍ରକଳ୍ପକୁ ଆଧାର କରି ଆମେ ଏ କ୍ଷେତ୍ରରେ ହେବାକୁ ଥିବା ରାଜସ୍ବ ଲାଭ ଏବଂ କ୍ଷତିର ଆକଳନ କରିବୁ। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିସ୍ତରୀୟ କମିଟି ଡିଜିଟାଲ ​‌େ​‌ପମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲାଗି ରୂପେ କାର୍ଡ ଏବଂ ଭୀମ୍‌ ଆପ୍‌ ଜରିଆରେ ଡିଜିଟାଲ ପେମେଣ୍ଟ ଉପରେ ରିଆତି ପ୍ରଦାନ କରିବା ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଥିଲା ା ଏହି ବ୍ୟବସ୍‌ତା ଲାଗୁ କରାଯିବା ପରେ ରୂପେ କାର୍ଡ ଏବଂ ଭୀମ୍‌ ୟୁପିଆଇ ଜରିଆରେ ଡିଜିଟାଲ ପେମେଣ୍ଟ କରୁଥିବା ଗ୍ରାହକ‌ ​ମୋଟ ଜିଏସ୍‌ଟି ରାଶିର ୨୦% କ୍ୟାସବ୍ୟାକ୍‌ ଆକାରରେ ପାଇପାରିବେ। ଏହାର ସର୍ବାଧିକ ସୀମା ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ା ତେବେ ଜିଏସ୍‌ଟି ପରିଷଦର ପରବର୍ତ୍ତୀ ବୈଠକ ଗୋଆଠାରେ ଆସନ୍ତା ସେପ୍ଟେମ୍ବର ୨୮-୨୯ରେ ଅନୁଷ୍ଠିତ ହେବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories