www.samajalive.in
Saturday, December 6, 2025
15.1 C
Bhubaneswar

ଜୁଲାଇରେ ଜିଏସଟି ସଂଗ୍ରହ ଏକ ଲକ୍ଷ ୧୬ ହଜାର କୋଟି ଟପିଲା

ନୂଆଦିଲ୍ଲୀ : ଦେଶରେ ଜୁଲାଇ ମାସରେ ସାମଗ୍ରୀ ଓ ସେବା କର(ଜିଏସଟି) ରାଜସ୍ବ ସଂଗ୍ରହ ଏକ ଲକ୍ଷ ୧୬ ହଜାର କୋଟି ଅତିକ୍ରମ କରିଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଯାହା ଅର୍ଥନୀତିରେ ଦ୍ରୁତ ପୁନରୁଦ୍ଧାରର ସଙ୍କେତ ଦେଉଛି ଏବଂ ଚଳିତ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ଅଧିକ ହେବ ବୋଲି ଆଶା କରାଯାଉଛି।
ଗତ ବର୍ଷ ଜୁଲାଇରେ ହୋଇଥିବା ଜିଏସଟି ରାଜସ୍ବ ସଂଗ୍ରହ ତୁଳନାରେ ଏହି ଜିଏସଟି ସଂଗ୍ରହ ୩୩ ପ୍ରତିଶତ ଅଧିକ। ସୂଚନା ଯୋଗ୍ୟ କ୍ରମାଗତ ଆଠ ମାସ ପାଇଁ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟିରୁ ଅଧିକ ଥିଲା କିନ୍ତୁ ଜୁନ୍ ମାସରେ ଏହା ଏକ ଲକ୍ଷ କୋଟିରୁ କମ୍ ଥିଲା।
ସୂଚନାଯୋଗ୍ୟ, କୋଭିଡ କଟକଣା ମଧ୍ୟରେ ଜୁଲାଇରେ ଜିଏସଟି ସଂଗ୍ରହ ପୁଣି ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଜୁଲାଇ ମାସରେ ସମୁଦାୟ ଜିଏସଟି ସଂଗ୍ରହ ପରିମାଣ ଏକ ଲକ୍ଷ ୧୬ ହଜାର ୩୯୩ କୋଟି ଟଙ୍କା ରହିଛି । ଯେଉଁଥିରୁ କେନ୍ଦ୍ରୀୟ ଜିଏସଟି ୨୨ ହଜାର ୧୯୭ କୋଟି ଟଙ୍କା, ରାଜ୍ୟ ଜିଏସଟି ୨୮ ହଜାର ୫୪୧ କୋଟି ଟଙ୍କା ଏବଂ ଇଣ୍ଟିଗ୍ରେଟେଡ୍ ଜିଏସଟି ୫୭ ହଜାର ୮୬୪ କୋଟି ଟଙ୍କା। ଏଥିରେ ସାମଗ୍ରୀ ଆମଦାନୀ ଉପରେ ୨୭ ହଜାର ନଅ ଶହ କୋଟି ଟଙ୍କା ଏବଂ ୭ ହଜାର ୭୯୦ କୋଟି ଟଙ୍କା ଶୁଳ୍କ ଆଦାୟ ଅନ୍ତର୍ଭୁକ୍ତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories