ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଅବହେଳିତ ମହାଦେବପାଲିର ବୌଦ୍ଧକାଳିନ ପ୍ରାଚୀନ ଶୈବପୀଠ
ରେଙ୍ଗାଲି: ପଶ୍ଚିମ ଓଡିଶାର ବିଭିନ୍ନ କୋଣ ଅନୁକୋଣରେ ବିକ୍ଷିପ୍ତ ଭାବରେ ବହୁ ପ୍ରାଚୀନ ଐତିହାସିକ କିର୍ତ୍ତି ଗୁଡିକର ଅବଶେଷ ରହିଛି। ଏସବୁ ପ୍ରାଚୀନ ଐତିହାସିକ କିର୍ତ୍ତିରାଜିର ଉପଯୁକ୍ତ ଗବେଷଣା ବିଶେଷତଃ ଏହିସବୁ ପ୍ରାଚୀନ କିର୍ତ୍ତିରାଜିର ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଉତ୍ଖନନ କରାଯିବା ଦିଗରେ ଆଦୌ ଆଗ୍ରହ ପ୍ରକାଶ ପାଉ ନ ଥିବାରୁ ଅତୀତର ବହୁ ଅଜଣା ଐତିହାସିକ ରହସ୍ୟ କାଳର କରାଳ ଗର୍ଭରେ ବିଳିନ ହୋଇ ସତ୍ତା ହରାଇ ବସିଛନ୍ତି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ଲଇଡାଠାରୁ ୪ କିଲୋମିଟର ଦୂରତାରେ ଥିବା ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଳକ୍ ସୋଢମାଲ ଗ୍ରାମପଞ୍ଚାୟତର ଭେଡନ ନଦୀ କୂଳରେ ଥିବା ମହାଦେବପାଲି ଗ୍ରାମର ଅତି ପ୍ରାଚୀନ ଶିବ ମନ୍ଦିର ଏହାର ଏକ ଜ୍ୱଳନ୍ତ ଉଦାହରଣ ଅଟେ। ଜନସାଧାରଣଙ୍କ ଆଖିକୁ ଏହା ଏକ ସାଧାରଣ ମନ୍ଦିର ଭଳି ଦୃଶ୍ୟମାନ ହେଉଥିଲେ ମଧ୍ୟ ଏହି ମନ୍ଦିରରେ ବୃହତ୍ ଐତିହାସିକ ତଥ୍ୟ ରହସ୍ୟ ଲୁକ୍କାୟିତ ହୋଇରହିଛି। ଉକ୍ତ ରହସ୍ୟର ଗବେଷଣା କରି ଉନ୍ମୋଚନ ତଥା ଉଦ୍ଘାଟନ କରିବା ଦିଗରେ ସରକାର କିମ୍ବା ପ୍ରତ୍ନତତ୍ୱ ବିଭାଗ ର ଆଗ୍ରହ ନଥିବାର ଦେଖିବାକୁ ମିଳୁଛି। ଭେଡନ ନଦୀ ତଟରେ ଥିବା ଏହି ପ୍ରାଚୀନ ଶିବ ମନ୍ଦିର ଏକ ସ୍ୱତନ୍ତ୍ର ପରିଚୟ ଏବଂ ପ୍ରସିଦ୍ଧି ରହିଛି। ଅଗଣିତ ଶ୍ରଦ୍ଧାଲୁଭକ୍ତଙ୍କ ଆଧ୍ୟାତ୍ମିକ ଆସ୍ଥା ବିଶ୍ୱାସର ପ୍ରତୀକ ହୋଇଥିବା ମହାଦେବପାଲି ଶିବ ମନ୍ଦିର ପ୍ରତି ଜନସାଧାରଣଙ୍କ ଆକର୍ଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମନ୍ଦିର ପରସରରେ ବିବାହ,ବ୍ରତ ଆଦି ସାମାଜିକ ଉତ୍ସବର ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଝାରସୁଗୁଡା ଜିଲ୍ଲାପାଳ ଏବଂ ମନ୍ଦିର ପରିଚାଳନା କମିଟୀଙ୍କ ଆଗ୍ରହ କ୍ରମେ ମନ୍ଦିର ଏବଂ ପରିସରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏକ ପାର୍କ ନିର୍ମାଣ କାମ ଆଗେଇ ଚାଳିଛି।
ଗତ କିଛିଦିନ ପୂର୍ବେ ଇନ୍ଟାକ୍ ସମ୍ବଲପୁର ଚାପ୍ଟର୍ ର ଐତିହାସିକ ତଥା ଗବେଷକ ଦୀପକ କୁମାର ପଣ୍ଡାଙ୍କ ନେତୃତ୍ୱରେ ଡା. ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର, କୁଳମଣି ପଟେଲ ପ୍ରମୁଖ ଏକ ପ୍ରତିନିଧି ଦଳ ମହାଦେବପାଲି ଶିବ ମନ୍ଦିର ପରିଦର୍ଶନରେ ଯାଇ ମନ୍ଦିର ପରିଚାଳନା କମିଟିର ସଭାପତି ଦାମୋଦର ପରେଖ, କୋଷାଧ୍ୟକ୍ଷ ଅରକ୍ଷିତ ବିନ୍ଧାଣୀ ପ୍ରମୁଖ ବହୁ ସ୍ଥାନୀୟ ପୁରୁଖା ଲୋକଙ୍କ ସହିତ ସାକ୍ଷାତ ଆଲୋଚନା କରି ମନ୍ଦିରର ପ୍ରାଚୀନ ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମନ୍ଦିର ପରିସରରେ ଓ ଏହାର ନିକଟରେ ବହୁ ସଂଖ୍ୟକ ପ୍ରସ୍ତର ଖଣ୍ଡ ଏବଂ ଇଟା ମାଟି ଭିତରେ ଥିବା ଦେଖା ଯାଉଥିବାରୁ ଭବିଷ୍ୟତରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହି ସ୍ଥାନର ଉତ୍ଖନନର ସମ୍ଭାବନା ରହିଛି। ଏଣୁ ପ୍ରସ୍ତରରେ ନିର୍ମିତ ମନ୍ଦିର ପରିସର ତଥା ଏହାର ନିକଟବର୍ତ୍ତି ଅଞ୍ଚଳରେ ଚଟାଣ କଂକ୍ରିଟ୍ କିମ୍ବା ଅନ୍ୟ କୌଣସି ନିର୍ମାଣ କାମ ନକରିବାକୁ ଅନୁରୋଧ କରିଥିଲେ। ପରିଚାଳନା କମିଟିର କର୍ମକର୍ତ୍ତା ସଦସ୍ୟମାନେ ପ୍ରତିନିଧି ଦଳର ଅନୁରୋଧକୁ ସାଦରେ ଗ୍ରହଣ କରିଥିବାର ଜଣା ପଡିଛି। ସୂଚିତ ଯେ ମନ୍ଦିର ପାଖ ରେ ଥିବା ଏକ ବଟବୃକ୍ଷର ଚେର ତଳେ ମନ୍ଦିରର ଖଞ୍ଜା ସଦୃଶ ପ୍ରସ୍ତର ଖଣ୍ଡ ଏବଂ ଇଟା ଚାପି ହୋଇ ରହିଥିବା ଦୃଶ୍ୟମାନ ହେଉଛି। ଐତିହାସିକ କିର୍ତ୍ତି ବହନ କରୁଥିବା ପ୍ରାଚୀନ ବୌଦ୍ଧ କାଳିନ ଶିବ ମନ୍ଦିର ନିକଟ ରେ ଏବଂ ପରିସରରେ ଟ୍ରେଞ୍ଚଅର୍ଥାତ୍ ଖାତ ଖୋଲା ଯାଇ ଐତିହାସିକ ରହସ୍ୟର ଉନ୍ମୋଚନ ଏବଂ ଗବେଷଣା ସର୍ବୋପରି ଏହାର ସୁରକ୍ଷା ଦିଗରେ ପ୍ରତ୍ନତତ୍ତ୍ୱ ବିଭାଗ ଆନ୍ତରିକତାର ସହିତ ପଦକ୍ଷେପ ନେବା ଉଚିତ୍ ବୋଲି ଇନ୍ଟାକ୍ ଚାପ୍ଟର୍ ପ୍ରତିନିଧି ଦଳ ଏବଂ ଐତିହାସିକ, ଗବେଷକମାନେ ଦାବୀ କରିଛନ୍ତି। ମନ୍ଦିର ଏବେ ଯେଉଁ ସ୍ୱରୂପ ରେ ଦଣ୍ଡାୟମାନ ହୋଇ ରହିଛି, କେଇ ଦଶନ୍ଧି ତଳେ ଏପରି ନଥିଲା। ଉଭୟ ମୂଳ ମନ୍ଦିର ଏବଂ ଜଗମୋହନ ଅର୍ଥାତ୍ ଦର୍ଶନ ହଲ୍ ଛାତ ବିହୀନ ଅବସ୍ଥା ରେ ରହିଥିଲା। ୯୦ ଦଶକ ରେ ଅଞ୍ଚଳବାସୀଙ୍କ ସାହାଯ୍ୟ ସହଯୋଗରେ ଛାତ ବିହୀନ ମନ୍ଦିର ର ପୁନଃ ନିର୍ମାଣ ତଥା ସମ୍ପୂର୍ଣ କରିବା ପ୍ରକିୟା ଆରମ୍ଭ ହୋଇ ପ୍ରସ୍ତର ରେ ତିଆରି ପ୍ରାଚୀନ ଛାତ ବିହୀନ ମନ୍ଦିରରେ ସିମେଣ୍ଟ ପ୍ଳାଷ୍ଟର୍ ଏବଂ ଇଟା ଯୋଡେଇ କରି ମନ୍ଦିର କୁ ଗତ କିଛି ବର୍ଷ ହେଲା ପୂର୍ଣ୍ଣାଙ୍ଗ କରଯାଇଛି।
ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ବିଶିଷ୍ଟ ଐତିହାସିକ ଚାର୍ଲସ ଫେବ୍ରି ୧୯୬୦ ଦଶକରେ ମହାଦେବପାଲି ଶିବ ମନ୍ଦିର ପରିଦର୍ଶନ ରେ ଆସି ୧୯୬୫ ମସିହାରେ ତାଙ୍କର ନିବନ୍ଧରେ ଏହି ମନ୍ଦିର ସପ୍ତମ ଶତାଦ୍ଦିର ବୌଦ୍ଧ କିର୍ତ୍ତି ରୂପେ ବିବେଚନା କରିଛନ୍ତି। ପ୍ରାଚୀନ ବୌଦ୍ଧ ଯୁଗୀୟ ପ୍ରସ୍ତର ନିର୍ମିତ କାନ୍ଥର ଭଗ୍ନାବଶେଷରେ ଇଟା ସଂଯୁକ୍ତ କରାଯାଇ ମନ୍ଦିରର ପୁନଃ ନିର୍ମାଣ କରାଯାଇଛି ବୋଲି ଚାର୍ଲସ୍ ଫେବ୍ରି ତାଙ୍କର ପରିଦର୍ଶନ ଆଲେଖ୍ୟର କହିଛନ୍ତି। ମନ୍ଦିରର ଆକାର ଛୋଟ ଥିଲେ ମଧ୍ୟ ଯେଭଲି ଭାବରେ ଅତ୍ୟୁଚ୍ଚ ପିଣ୍ଡି ଉପରେ ମୂଳ ମନ୍ଦିର ଏବଂ ଜଗମୋହନ ରହିଛି। ମନ୍ଦିରର ଅତ୍ୟୁଚ୍ଚ ପିଣ୍ଡି ଭିତରେ ଅନେକ ଐତିହାସିକ ରହସ୍ୟ ଲୁଚି ରହିଛି। ପରିସରରେ ମନ୍ଦିରରେ ଖଞ୍ଜା ଆକାରର ବହୁ ସଂଖ୍ୟାରେ ପ୍ରସ୍ତର ଏବଂ ବଡ ବଡ ଇଟା ପଡିଥିବାର ଦେଖିବାକୁ ମିଳୁଥିବାରୁ ଏଠାରେ ଅଧିକ ସଂଖ୍ୟାରେ ବିସ୍ତାର ଭାବରେ ପ୍ରାଚୀନ ମନ୍ଦିର ଥିଲା ବୋଲି ଐତିହାସିକ ଏବଂ ଗବେଷକମାନେ ମତ ଦିଅନ୍ତି। ଭେଡନ ନଦୀ ତଟରେ ଥିବା ଏହି ପ୍ରାଚୀନ ଶିବ ମନ୍ଦିର ଏକ ସ୍ୱତନ୍ତ୍ର ପରିଚୟ ଏବଂ ପ୍ରସିଦ୍ଧି ରହିଛି। ଅଗଣିତ ଭକ୍ତଙ୍କ ଆଧ୍ୟାତ୍ମିକ ଆସ୍ଥା ବିଶ୍ୱାସର ପ୍ରତୀକ ହୋଇଥିବା ମହାଦେବପାଲି ଶିବ ମନ୍ଦିର ପ୍ରତି ଜନସାଧାରଣଙ୍କ ଆକର୍ଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମନ୍ଦିର ପରସରରେ ବିବାହ, ବ୍ରତ ଆଦି ସାମାଜିକ ଉତ୍ସବର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଝାରସୁଗୁଡା ଜିଲ୍ଲାପାଳ ଏବଂ ମନ୍ଦିର ପରିଚାଳନା କମିଟିଙ୍କ ଆଗ୍ରହ କ୍ରମେ ମନ୍ଦିର ଏବଂ ପରିସରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏକ ପାର୍କ ନିର୍ମାଣ କାମ ଆଗେଇ ଚାଳିଛି। ଗତ କିଛିଦିନ ପୂର୍ବେ ଐତିହାସିକ ତଥା ଗବେଷକ ଦୀପକ କୁମାର ପଣ୍ଡାଙ୍କ ନେତୃତ୍ୱରେ ଡା,ବିଭୁଦତ୍ତପ୍ରମୋଦକୁମାର ମିଶ୍ର, କୁଳମଣି ପଟେଲ ପ୍ରମୁଖ ଏକ ପ୍ରତିନିଧି ଦଳ ମହାଦେବପାଲି ଶିବ ମନ୍ଦିର ପରିଦର୍ଶନରେ ଯାଇ ମନ୍ଦିର ପରିଚାଳନା କମିଟିର ସଭାପତି ଦାମୋଦର ପରେଖ, ଅରକ୍ଷିତ ବିନ୍ଧାଣୀ ପ୍ରମୁଖ ବହୁ ସ୍ଥାନିୟ ପୁରକା ଲୋକଙ୍କ ସହିତ ସାକ୍ଷାତ ଆଲୋଚନା କରି ମନ୍ଦିର ପ୍ରାଚୀନ ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମନ୍ଦିର ନିକଟରେ ବହୁ ସଂଖ୍ୟକ ପ୍ରସ୍ତର ଖଣ୍ଡ ଏବଂ ଇଟା ମାଟି ଭିତରେ ଥିବାର ଦେଖା ଯାଉଥିବାରୁ ମନ୍ଦିରର ପ୍ରାଚୀନ ପିଣ୍ଡିକୁ ପୁନଃ ନିର୍ମାଣ ନକରିବାକୁ ଅନୁରୋଧ କରିଥିଲେ। ସୂଚିତ ଯେ ମନ୍ଦିର ପାଖ ରେ ଥିବା ଏକ ବଟବୃକ୍ଷର ଚେର ତଳେ ମନ୍ଦିର ର ଖଞ୍ଜା ସଦୃଶ ପ୍ରସ୍ତର ଖଣ୍ଡ ଏବଂ ବୃଡ ଇଟା ଚାପି ହୋଇ ରହିଥିବା ଦୃଶ୍ୟମାନ ହେଉଛି। ଏହି ଏଥିହାସିକ କିର୍ତ୍ତି ବହନ କରୁଥିବା ପ୍ରାଚୀନ ବୌଦ୍ଧ କାଳିନ ଶିବ ମନ୍ଦିର ନିକଟରେ ଏବଂ ପରିସରରେ ଟ୍ରେଞ୍ଚ ଅର୍ଥାତ୍ ଖାତ ଖୋଲା ଯାଇ ଐତିହାସିକ ରହସ୍ୟର ଉନ୍ମୋଚନ ଏବଂ ଗବେଷଣା ସର୍ବୋପରି ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦିଗ ରେ ପ୍ରତ୍ନତତ୍ତ୍ୱ ବିଭାଗ ଆନ୍ତରିକତାର ସହିତ ପଦକ୍ଷେପ ନେବା ଉଚିତ୍ ବୋଲି ଇନ୍ଟାକ୍ ଚାପ୍ଟର୍ ପ୍ରତିନିଧି ଦଳ ଏବଂ ଐତିହାସିକ, ଗବେଷକମାନେ ଦାବୀ କରିଛନ୍ତି।
Comments are closed.