www.samajalive.in
Sunday, December 7, 2025
26.1 C
Bhubaneswar

ବରକୁ ଛାତକୁ ଚଢାଇଲେ, ୫୧ ଲକ୍ଷର ଟଙ୍କା ମାଳ ପିନ୍ଧାଇଲେ

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୁଏ, ଯାହା ବେଳେବେଳେ ମଜାଳିଆ ଏବଂ ବେଳେବେଳେ ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ। ଇଣ୍ଟରନେଟ୍‌ରେ ଆଜିକାଲି ଅନେକ ବାହାଘର ଭିଡିଓ ଶେୟାର କରାଯାଉଛି। ଏଥିରେ କେତେବେଳେ ନାଚ ତ ଆଉ କେତେବେଳେ କିଛି ହଙ୍ଗାମା ଦେଖିବାକୁ ମିଳିଥାଏ। କିନ୍ତୁ ଏବେ ସାମାଜିକ ଗଣମାଧ୍ୟମରେ ଯେଉଁ ଭିଡିଓ ଭାଇରାଲ ହେଉଛି, ସେଥିରେ ନୃତ୍ୟ କିମ୍ବା ମାଡ଼ଗୋଳ ନୁହେଁ ବରଂ ଆଉ କିଛି ଦେଖିବାକୁ ମିଳିଛି। ଏହା ଏକ ବାହାଘର ଭିଡିଓ, ଯେଉଁଥିରେ ବର ନିଜ ପରିବାର ଓ ସାଙ୍ଗମାନଙ୍କ ସହ ଠିଆ ହୋଇଥିବା ଦେଖାଯାଉଛି।


ଭିଡିଓଟି ଡିଗ୍ ଜିଲାର ମେୱାତ ଅଞ୍ଚଳର, ଯେଉଁଠାରେ ବରକୁ ଟଙ୍କା ମାଳ ପିନ୍ଧାଇବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ମେୱାତ ଅଞ୍ଚଳର ମୁସଲମାନ ସମ୍ପ୍ରଦାୟରେ ବିବାହ ସମାରୋହରେ ଏକ କାଠ ସିଡ଼ି ଲଗାଇ ପ୍ରଥମେ ବରକୁ ଛାତ ଉପରକୁ ନିଆଯାଉଛି। ତା’ପରେ ବରକୁ ୫୧ ଲକ୍ଷ ଟଙ୍କାର ମାଳ ପିନ୍ଧାଯାଉଛି। ମାଳ ଏତେ ଲମ୍ବା ଯେ ବରକୁ ଛାତରେ ଠିଆ ହେବାକୁ ପଡ଼ିଲା। ଦୀର୍ଘ ଦିନରୁ ମେୱାତ ଅଞ୍ଚଳରେ ବିବାହ ସମାରୋହରେ ନୋଟ୍‌ର ମାଳ ପିନ୍ଧାଇବା ବ୍ୟବସ୍ଥା ଚାଲି ଆସୁଛି। ଏହି ଭିଡିଓକୁ ଫେସ୍‌ବୁକ୍‌ରେ Aamir Adbarya ନାମକ ୟୁଜର ଶେୟାର କରିଛନ୍ତି। ତେବେ ଭିଡିଓଟି ବହୁ ପୁରୁଣା। ପ୍ରାୟ ମାର୍ଚ୍ଚ ୭ରେ ଶେୟାର କରାଯାଇଥିଲା, ଯାହା ଏବେ ଭାଇରାଲ ହେଉଛି। ଲୋକମାନେ ଏହି ଭାଇାରାଲ ଭିଡିଓକୁ ନେଇ ଅନେକ କମେଣ୍ଟ କରିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories