କାଶ୍ମୀର ବିଶ୍ୱବିଦ୍ୟାଳୟ ଫାଟକ ବାହାରେ ଗ୍ରେନେଡ଼୍‍ ଆକ୍ରମଣ: ୨ ଆହତ

ଜମ୍ମୁ: କାଶ୍ମୀର ବିଶ୍ୱବିଦ୍ୟାଳୟ ଫାଟକ ବାହାରେ ମଙ୍ଗଳବାର ଆତଙ୍କବାଦୀମାନେ ଗ୍ରେନେଡ଼୍‍ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୨ ସ୍ଥାନୀୟ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି। ସୁରକ୍ଷାବଳ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି।

prayash

ଅନ୍ୟପକ୍ଷରେ ପୁଲିସ ଏହାକୁ ଏକ ସନ୍ଦେହଜନକ ଆକ୍ରମଣ କହିଛି। ଏହା ଗ୍ରେନେଡ଼୍‍ ଆକ୍ରମଣ କି ନୁହେଁ ଏହାର ଯାଞ୍ଚ ଚାଲିଛି ବୋଲି ପୁଲିସ କହିଛି।

Comments are closed.