www.samajalive.in
Saturday, December 6, 2025
19.1 C
Bhubaneswar

ବୋଲଗଡ଼ରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବୋଲଗଡ଼ : ବୋଲଗଡ଼ ବିଜେପି ମଣ୍ଡଳ ସଭାପତି ସଞ୍ଜୟ ବେହେରାଙ୍କ ଆବାହକତ୍ଵରେ ଭୁବେନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଗଞ୍ଜାମ ଗ୍ରସ୍ତ ସମୟରେ ବୋଲଗଡ଼ ଗୋପବନ୍ଧୁ ଛକ ଠାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଦସ୍ୟ ଲୋତକବିନ୍ଦୁ ପଟ୍ଟନାୟକ, ଅଜିତ୍ ପଟ୍ଟନାୟକ, ସନାତନ ସାହୁ, ବିଶ୍ୱଜିତ୍ ସ୍ୱାଇଁ, ଆର୍ତ୍ତବନ୍ଧୁ ପ୍ରଧାନ, ବେଣୁଧର ଷଡ଼ଙ୍ଗୀ, ଗ୍ରା.ପ ସଭାପତି ବନ୍ଧୁ ଭୋଳ, ଦୁର୍ଗା ଚରଣ ବେହେରା, ନବ କିଶୋର ପରିଡ଼ା, ଉପେନ୍ଦ୍ର ସୁବୁଦ୍ଧି, ଲକ୍ଷ୍ମୀଧର ରାଉତରାୟ, କର୍ପୁର ସାହୁ, ଜଗବନ୍ଧୁ ମୁଦୁଲି,ଶିବ ଦାସ,ମହେଶ୍ୱର ପ୍ରଧାନଙ୍କ ସମେତ ବହୁ ବିଜେପି କର୍ମୀ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସମସ୍ତ ବିଜେପି କର୍ମୀମାନେ ପରସ୍ପର ମଧ୍ୟରେ ଏକତା ,ସଙ୍ଗଠନ, ସମନ୍ୱୟ ରକ୍ଷା କରି ମନୋମାଳିନ ତଥା ଅଭିମାନକୁ ଭୁଲିଯାଇ ଆଗାମୀ ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସ୍ବାଗତ ସମ୍ବର୍ଦ୍ଧନାରେ ବହୁ ବିଜେପି କର୍ମୀ ମାନେ ଯୋଗ ଦେଇଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories