www.samajalive.in
Sunday, December 7, 2025
26.1 C
Bhubaneswar

ଓଡିଶା ଅମଲା ସଂଘ ବୈଠକରେ ରାଜ୍ୟସରକାରଙ୍କୁ ଖୋଲାଚିଠି

ନବରଙ୍ଗପୁର : ଓଡିଶା ଅମଲା ସଂଘ, ନବରଙ୍ଗପୁର ଜିଲା ଶାଖା ପକ୍ଷରୁ ଚରକବନ ପଛ ପାଖ ନିଳଗିରୀବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ପକ୍ଷରୁ ବାରମ୍ବାର ଦାବି ପରେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରାଯାଇ ଖୋଲା ଚିଠି ପଠାଯାଇଛି। ଏଥିରେ ସଂଘକୁ ସୁଦୃଢ କରିବା ସହ ଅମଲା ମାନଙ୍କ ରହିଥିବା ନାଯ୍ୟ  ଦାବୀ ଓ ସମସ୍ୟା ବିୟେରେ ଉଲ୍ଲେଖ କରାଯାଇଛି। ଅର୍ଥ ରାଶି ତଥା ଗ୍ରେଡ ପେ’ ବଢାଇବା ଦାବୀ ଏଯାଏଁ ସରକାର କାର୍ଯ୍ୟକାରୀ କରି ନାହାଁନ୍ତି। ଘର ଭଡା ବବଦକୁ ଏକ ହଜାର ଟଙ୍କା ଭିତରେ ଦିଆଯାଉଛି କିନ୍ତୁ ସଦର ମହକୁମାରେ ୫ ହଜାର ଟଙ୍କା ନଦେଲେ ଘର ଭଡା ମିଳୁନାହିଁ। ତିନି ବର୍ଷ ବିତିଗଲାଣି ଏପର୍ଯ୍ୟନ୍ତ ଅନେକ ବିଭାଗରେ ପଦବୀ ଖାଲି ପଡ଼ିଛି। ଅନେକ ପଦବୀର ନାମ ସେକସନ୍, ସହସେକସନ ଅଧିକାରୀ, କନିଷ୍ଠ ସହଯୋଗୀ ଭାବେ ପରିବର୍ତ୍ତନ କରଯାଇଛି। ଜିଲାସ୍ତରୀୟ ଅମଲାଙ୍କ ଏମଏସିପି ଓ ପଦୋନ୍ନତୀ ନେଇ ଅନେକଥର ସରକାରଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ନାହିଁ। ଅମଲାମାନେ ୫ଟି ଠାରୁ ଅନେକ ଯୋଜନାର ସଫଳ ରୂପାୟନ କରି ଆସୁଛନ୍ତି। ତୃଣମୂଳସ୍ତରରୁ କାର୍ଯ୍ୟ କରି ଆସୁଥିବା ଅମଲାଙ୍କ ପ୍ରତି ସରକାର କ’ଣ କରିଛନ୍ତି ବୋଲି ସଭାପତି ବୁଲୁ ହୋତା ଆଲୋଚନା ସମୟରେ ପ୍ରଶ୍ନ କରିଛନ୍ତି। ସରକାର ଅମଲାଙ୍କ ଦାବୀଙ୍କୁ ହୃଦୟଙ୍ଗମ କରି ତୁରନ୍ତ ପଦକ୍ଷେପ ନେବେ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ଦାବୀ ଗୁଡିକ ପୂରଣ ନହେଲା ତେବେ ଆଗାମୀ ଦିନରେ ୩୦ଟି ଜିଲାରେ ସରକାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏଥି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ଜିଲା ସଂଘ ପକ୍ଷରୁ ଚେତାବନୀ ନିଆଯାଇଛି। ଜିଲାର ସମସ୍ତ ବିଭାଗରେ କାର୍ଯ୍ୟରତ ଅମଲା ମାନେ ଏହି ବୈଠକରେ ଭାଗ ନେଇଥିଲେ। କୃଷି, ଜଳଯୋଗାଣ, ରାସ୍ତା ନିର୍ମାଣ, ଗ୍ରାମ୍ୟ ଉନ୍ନୟନ, ଶିକ୍ଷା, ମତ୍ସ୍ୟ ଓ ସ୍ୱାସ୍ଥ୍ୟ ବିଭାଗ ପ୍ରଭୃତି ବିଭାଗର ଅମଲାମାନେ ଜିଲାର ବିଭିନ୍ନ ବ୍ଲକରୁ ଆସି ଯୋଗ ଦେଇଥିିଲେ। ଏଥିରେ ସଂଘ ଅଧ୍ୟକ୍ଷ କୈଳାଶ ସାମନ୍ତରା ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକୁ ସମ୍ପାଦକ ଦଣ୍ଡପାଣି ପଡ଼ିଆରୀ ପରିଚାଳନା କରିଥିଲେ। ସତ୍ୟ ନାରାୟଣ ଖଡଗରାୟ, ସଞୀବ ସାହୁ, ପ୍ରଦୀପ ଦଳେଇ, ଯାଦବ ନାୟକ, ସିଦ୍ଧେଶ୍ବର ବେନ୍ୟା, ମୋନାଲିସା ମାଝୀ, ସମୀର ବିଷୋୟୀ, ବୈକୁଷ୍ଠ ନାୟକ, କୈଳାଶ ପଟ୍ଟନାୟକ ଓ ରାମ ପଣ୍ଡା ପ୍ରମୂଖ କାର୍ଯ୍ୟକ୍ରମ ସହଯୋଗ କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories