www.samajalive.in
Saturday, December 6, 2025
26.1 C
Bhubaneswar

ଛାତ୍ରବୃତ୍ତି ଟଙ୍କାରେ ଗାଁ ପିଲାଙ୍କୁ ବହି ଓ କଲମ ବାଣ୍ଟିଲେ ଶିକ୍ଷିତ ଯୁବକ

ଫୁଲବାଣୀ/ଜି.ଉଦୟଗିରି : କନ୍ଧମାଳ ଜିଲା ଜି.ଉଦୟଗିିରି ବ୍ଳକର ତଲାରିମାହା ପଂଚାୟତର ଶିକ୍ଷିତ ଯୁବକ ରାଜେଶ୍‍ କୁମାର ବଗର୍ତ୍ତିି। ତାଙ୍କର କାର୍ଯ୍ୟକୁ ନେଇ ଏବେ ସମଗ୍ର ଅଞ୍ଚଳରେ ବେଶ୍‍ ଆଲୋଚ୍ୟର ବିଷୟ ହୋଇଛି। କଟକ ସ୍ଥିତ ରେଭେନ୍ସା ମହାବିଦ୍ୟାଳୟର ଇତିହାସ ବିଭାଗର ଜଣେ ଛାତ୍ର। ସ୍ନାତନକତ୍ତୋର ପଢିବା ସମୟରେ ୟୁଜିସି ତଥା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଠାରୁ ରେଙ୍କ୍‍ ହୋଲଡ଼ର ବୃତ୍ତି ବାବଦକୁ ୬୨ ହଜାର ଟଙ୍କା ପାଇଥିଲେ। ବତ୍ତର୍ମାନ ଗ୍ରାମକୁ ଫେରି ସେହି ଟଙ୍କାରେ ଖାତା ଓ ବହି କିଣି ନିଜ ଗ୍ରାମର ଛାତ୍ରଛାତ୍ରୀ ମାନଙ୍କୁ ବଂଟନ କରିଛନ୍ତି। ନିଜେ ଯେମିତି ଶିକ୍ଷା କ୍ଷେତ୍ରରେ ଆଗକୁ ଯିବା ପାଇଁ ଉଦ୍ୟମ କରିଛନ୍ତି, ନିଜ ଜନ୍ମମାଟିର ପିଲାମାନେ ମଧ୍ୟ କିଭଳି ଭାବେ ଆଗକୁ ବଢି ପାରିବେ ସେ ନେଇ ତାଙ୍କର ଉଦ୍ୟମ ଜାରି ରଖିଥିବାର ପ୍ରକାଶ କରିଛନ୍ତି ରାକେଶ୍‍। ନିଜ ଜନ୍ମାମାଟି ପ୍ରତି କର୍ତ୍ତବ୍ୟ ରହିଛି। ଗ୍ରାମର ଉନ୍ନତ ସହିତ ମୋ ଗ୍ରାମର ପିଲାମାନେ ଯେଭଳି ଭାବେ ଶିକ୍ଷାକ୍ଷେତ୍ରରେ ବିକଶିତ କରିପାରିବି ତାହା ମୋଟ ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି ରାଜେଶ୍‍।

ପ୍ରକାଶ ଯେ, ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲା ଜି.ଉଦଗୟିରି ବ୍ଳକ ତଲାରିମାହା ଗ୍ରାମ ପଂଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମର ରାଜେଶ କୁମାର ବଗର୍ତ୍ତିୀ ଗତ ୨୦୧୯ ମସିହାର ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଇତିହାସ ବିଭାଗରେ ପ୍ରାଚୀନ ଭାରତୀୟ ଇତିହାସ ସଂସ୍କୃତି ଓ ପତ୍ନତତ୍ତ୍ୱ ନାମକ ବିଷୟବସ୍ତୁ ଉପରେ ଏମ୍‍.ଏ ଡ଼ିଗ୍ରି ହାସଲ ୍‍ରକିବା ପରେ ଗତ ବର୍ଷ ଶେଷ ସମୟରେ କରୋନା ମହାମାରୀ ଯୋଗୁଁ ସବୁଆଡ଼େ ହୋଇଥିବା ଲକନାଉନ୍‍ ଯୋଗୁଁ ନିଜ ଗ୍ରାମକୁ ଫେରିଥିଲେ।ଗ୍ରାମକୁ ଫେରିବା ପରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ଯୋଗୁଁ ସେ ନିଜ ଗ୍ରାମର ସବୁ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ଼୍‍ ନିୟମ ପ୍ରକାରେ ନିଜ ଘର ବାରଣ୍ଡାରେ ପ୍ରତିଦିନ ସକାଳ ୮ଟାରୁ ୧୧ଟା ଓ ସଂନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମଧ୍ୟ ମାଗଣାରେ ଶିକ୍ଷାଦାନ କରୁଆସୁଛନ୍ତି। ବର୍ତ୍ତମାନ ମହାବିଦ୍ୟାଳୟରେ ସେ ଇତିହାସ ବିଭାଗରେ ଆଧୁନିକ ଭାରତୀୟ ଇତିହାସରେ ଏମ୍‍.ଫିଲ୍‍ ଡ଼ିଗ୍ରିରେ ଅଧ୍ୟୟନ ତଥା ଗବେଷଣା କରୁଥିଲେ ମଧ୍ୟ ପ୍ରତ୍ୟେକ ମାସରେ କିଛିଦିନ ବାହାରି କରି ସେ ନିଜ ଗ୍ରାମକୁ ଫେରି ପୂର୍ବପରି ମଧ୍ୟ ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ପଛାଉ ନଥିବା ପ୍ରକାଶ। ଆଗାମି ଦିନରେ ଏକ ଲାଇବ୍ରେରୀ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଉଥିବା ସମସ୍ୟା ଭିତ୍ତିକ ଖବର ହେଉ କିମ୍ବା ଅନ୍ୟ ଯେଉଁ କୌଣସି ଖବର ପ୍ରକାଶ ପରେ ତାହାକୁ ସେ ରାଜ୍ୟ ସରକାରଙ୍କ ପାଖରେ ଟୁଇଟ୍‍ କରି ସମସ୍ୟା ସମାଧାନ କରିବା ଦିଗରେ ମଧ୍ୟ ପ୍ରତ୍ୟେକ ଦିନ ପଦକ୍ଷେପ ନେଉଥିବା ପ୍ରକାଶ। ରାଜେଶଙ୍କ ଉଦ୍ୟମ ଯୋଗୁଁ କନ୍ଧମାଳ ଜିଲାର ମଧ୍ୟ ଅନେକ ସମସ୍ୟାର ସମାଧାନ ହୋଇପାରିଥିବାର ବହୁ ନଜିର ରହିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories