www.samajalive.in
Monday, December 8, 2025
14.1 C
Bhubaneswar

ଟିମ୍‍ ହ୍ୟୁମାନିଟି କନ୍ଧମାଳର ଭିନ୍ନ ପ୍ରୟାସ, ମାନସିକ ଅସୁସ୍ଥଙ୍କୁ ସେବା ଯୋଗାଇବା ଆରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲାର ଏକ ଜଣାଶୁଣା ସ୍ୱେଚ୍ଛାସେବୀ ସଂଗଠନ ଟିମ୍‍ ହ୍ୟୁମାନିଟି କନ୍ଧମାଳ ଫୁଲବାଣୀ ସଦର ମହକୁମା ସମେତ ବିିଭିନ୍ନ ଅଞ୍ଚଳରେ ଆରମ୍ଭ କରିଛି ଏକ ଭିନ୍ନ ପ୍ରୟାସ। ପୂର୍ବରୁ ବିିଭିନ୍ନ କାର୍ଯ୍ୟରେ ସଦସ୍ୟମାନେ ନିଜକୁ ନିୟୋଜିତ କରି ସାଧାରଣ ଜନତାଙ୍କ ସେବା ଯୋଗଉଥିବା ବେଳେ ବତ୍ତର୍ମାନ ପ୍ରତ୍ୟେକ ରବିବାର ଦିନ ସହରରେ ବିଭିନ୍ନ ସ୍ଥାନରେ ଘୁରିବୁଲୁଥିବା ମାନସିକ ଅସୁସ୍ତ ବ୍ୟକ୍ତିଙ୍କୁ ସେବା ଯୋଗାଇବା ଆରମ୍ଭ କରିଛି। ଇତି ମଧ୍ୟରେ ଗତ ୨ ସପ୍ତାହ ହେଲା ସହରର ବିଭିନ୍ନ ଗଳିକନ୍ଦିରେ ବୁଲୁଥିବା ଏଭଳି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣଭାବେ ସଫା ସୁତୁରା କରିବା ସହିତ ଚୁଟି କରିବା, ନଖ କାଟିବା, ଗାଧେଇବା ସହିତ ସେମାନଙ୍କ ଖାଦ୍ୟ ପ୍ରଦାନ କରିବା ସହିତ ପୋଷାକ ପିନ୍ଧାଇବା ଆରମ୍ଭ କରିଛି। ଟିମ୍‍ର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ପୂର୍ବରୁ କରୋନା ସମୟରେ ହେଉ କିମ୍ବା ବାତ୍ୟା ସମୟରେ ମଧ୍ୟ ଟିମର ସଦସ୍ୟ ମାନେ ନିଜ ଜୀବନକୁ ବାଜି ଲଗାଇ ବହୁ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ବିଭିନ୍ନ ସ୍ତରରେ ମଧ୍ୟ ବେଶ୍‍ ପ୍ରଶଂସିତ ହୋଇଛନ୍ତି। ସେହଭଳି କାହାରି ଘରେ ବିଷାକ୍ତ ସର୍ପ ବାହାରିଥିଲେ ମଧ୍ୟ ଟିମର ତାଲିମ୍‍ପ୍ରାପ୍ତ ସଦସ୍ୟମାନେ ପହଞ୍ଚି ସର୍ପକୁ ଉଦ୍ଧାର କରିବା ସହିତ ଜଙ୍ଗଲରେ ଛାଡ଼ିଥାନ୍ତି। ଟିମ୍‍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଟିମ୍‍ର ବହୁ ସଦସ୍ୟ ଓ ସଦସ୍ୟମାନେ ଏହି ସବୁ କାର୍ଯ୍ୟରେ ସାମିଲ୍‍ ହୋଇଥାନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories