www.samajalive.in
Monday, December 15, 2025
14.1 C
Bhubaneswar

ସ୍ନାତକ ଡିଗ୍ରୀ ପରୀକ୍ଷା ଫଳ, ଶ୍ରେଷ୍ଠ ୧୦ ତାଲିକାରେ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ

ଫୁଲବାଣୀ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ସ୍ନାତକ ଶେଷବର୍ଷ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଛି।  ପ୍ରକାଶିତ ଏହି ଶ୍ରେଷ୍ଠ ୧୦ କୃତି ତାଲିକାରେ ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ବିଭିନ୍ନ ବିଭାଗର ୯ ଜଣ ଛାତ୍ରୀ ସ୍ଥାନପାଇ ମହାବିଦ୍ୟାଳୟ ତଥା କନ୍ଧମାଳ ଜିଲ୍ଲା ନିମନ୍ତେ ଗୌରବ ଅର୍ଜନ କରିଛନ୍ତି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀ ଖୁବ୍ ଆନନ୍ଦିତ ଓ ଉତ୍ସାହିତ ଅଛନ୍ତି। ଛାତ୍ରୀଙ୍କ ଅଦମ୍ୟ ସାଧନା ଓ ଅଧ୍ୟବସାୟ ଏବଂ ଅଧ୍ୟାପକ – ଅଧ୍ୟାପିକାଙ୍କ ପ୍ରେରଣା ଓ ପ୍ରୋତ୍ସାହନ ତାଙ୍କୁ ଏଭଳି   ସଫଳତା  ଦେଇପାରିଛି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ତନୁଜା ସିଂହ କହିଛନ୍ତି। ଚଳିତ ବର୍ଷ ପ୍ରକାଶିତ ଏହି ଶ୍ରେଷ୍ଠ ୧୦ ତାଲିକାରେ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ସ୍ନାତକ ଡିଗ୍ରୀର ଶେଷବର୍ଷ ଛାତ୍ରୀ ସୁଶ୍ରୀ ସ୍ଵାତୀପ୍ରିୟା ବେହେରା ଓ ସୁଶ୍ରୀ ଚନ୍ଦ୍ରକ୍ରାନ୍ତି ଭୋଇ  ଚତୁର୍ଥ ଓ ଷଷ୍ଠ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ ଓ ବିଭାଗକୁ ଗୌରବାନ୍ଵିତ କରିଛନ୍ତି। ଏତଦ୍ ବ୍ୟତୀତ  ଗୃହ ବିଜ୍ଞାନ ସ୍ନାତକ ଡିଗ୍ରୀର  ଛାତ୍ରୀ ଝରଣା ସାହୁ ଅଷ୍ଟମ ସ୍ଥାନ, ନୃତତ୍ତ୍ବ ସ୍ନାତକ ଡ଼ିଗ୍ରୀର ଛାତ୍ରୀ ସୁଶ୍ରୀ ଅର୍ପିତା ବେହେରା, ସୁଶ୍ରୀ ସୁସ୍ମିତା କହଁର ,ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ, ସୁଶ୍ରୀ ସୁନିତା ପ୍ରଧାନ, ସୁଶ୍ରୀ ରାଜଶ୍ରୀ ଭୁକ୍ତା, ସୁଶ୍ରୀ ଲାବଣ୍ୟବତି ମଲ୍ଲିକ ଯଥାକ୍ରମେ ଦ୍ୱିତୀୟ, ଚତୁର୍ଥ, ପଞ୍ଚମ,ଷଷ୍ଠ, ନବମ, ଦଶମ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି।  ମହାବିଦ୍ୟାଳୟର କୃତି ଛାତ୍ରୀମାନଙ୍କ ଏହି ସଫଳତା ଅବସରରେ ଅଧ୍ୟକ୍ଷାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ  କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories