BJD Bijuli 480×75 Mob

ଏଣିକି ୨୪ ସପ୍ତାହରେ ବି ଗର୍ଭପାତ କରାଇ ପାରିବେ ମହିଳା, ଆଇନରେ ହେବ ସଂଶୋଧନ

BJD Bijuli 480×75 Mob

ନୂଆଦିଲ୍ଲୀ: ଦେଶରେ ଗର୍ଭପାତ ଆଇନକୁ ସରଳ କରିବା ଲାଗି ମୋଦୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗର୍ଭପାତ କରାଇବା ଲାଗି ରହିଥିବା ସମୟସୀମାକୁ ୨୦ ସପ୍ତାହରୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଗର୍ଭପାତ ଅଧିନିୟମ(ମେଡିକାଲ ଟର୍ମିନେଶନ ଅଫ୍‌ ପ୍ରେଗ୍‌ନାନ୍ସି ଆକ୍ଟ) ୧୯୭୧ରେ ସଂଶୋଧନ କରାଯିବ। ସଂସଦର ଆଗାମୀ ଅଧିବେଶନରେ ଏ ନେଇ ବିଲ୍‌ ଆଗତ କରାଯିବ। ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ, ମନ୍ତ୍ରିମଣ୍ଡଳ ଗର୍ଭପାତ କରାଇବାର ଅନୁମତି ପାଇଁ ସର୍ବାଧିକ ସମୟସୀମା ୨୦ ସପ୍ତାହରୁ ବୃଦ୍ଧି କରି ୨୪ ସପ୍ତାହ କରିବା ଲାଗି ମଞ୍ଜୁରୀ ଦେଇଛି। ୨୦ ସପ୍ତାହରେ ଗର୍ଭପାତ କରିବା ଫଳରେ ମା’ର ଜୀବନ ହାନୀ ହେଉଥିବା ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ୨୪ ସପ୍ତାହରେ ଗର୍ଭପାତ କରାଇବା ସୁରକ୍ଷିତ ବୋଲି ସେ କହିଛନ୍ତି।

Comments are closed.