www.samajalive.in
Sunday, December 14, 2025
17.1 C
Bhubaneswar

ଲକ୍ଷ୍ମୀ ଯୋଜନାରେ ଆଉ ୧୨୨ଟି ବସ୍‌‌ କିଣିବେ ସରକାର

ଡେସ୍କ : ଲକ୍ଷ୍ମୀ ଯୋଜନାରେ ରାଜ୍ୟ ସରକାରଙ୍କ ଆଉ ୧୨୨ଟି ବସ୍‌‌ କିଣାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୨୬୦ କୋଟି ୪୦ ଲକ୍ଷ ଟଙ୍କା ପରିବହନ ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଛି । ଶ୍ରୀଜଗନ୍ନାଥ ଏବଂ ଲକ୍ଷ୍ମୀ ଏକ୍ସପ୍ରେସ୍‌‌ ନାମରେ ଏହି ବସ୍‌‌ ଗୁଡ଼ିକ ରାଜ୍ୟର ବିଭିନ୍ନ ପଞ୍ଚାୟତ ଏବଂ ବ୍ଲକ ତଥା ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଚଳାଚଳ କରିବ। ଏହି ଯୋଜନାରେ ରାଜ୍ୟ ବ୍ୟାପୀ ୧
ହଜାରରୁ ଅଧିକ ବସ୍‌‌ ଚଳାଚଳ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌‌ ବୈଠକରେ ଲକ୍ଷ୍ମୀ ଯୋଜନା ପାଇଁ ଆଗାମୀ ୩ ବର୍ଷ ନିମନ୍ତେ ୩ ହଜାର ୧୭୮ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌‌କୁ ମଂଜୁରୀ ମିଳିଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories