www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଅପଡେଟ: ଇଟାଲୀ, ଇରାନ, ଦକ୍ଷିଣ କୋରିଆ ଏବଂ ଜାପାନ ନାଗରିକଙ୍କ ଭିସା ଅଚଳ କଲେ ସରକାର

ସମାଜ ପୋର୍ଟାଲ ଡେସ୍କ: ଇଟାଲୀ, ଇରାନ, ଦକ୍ଷିଣ କୋରିଆ ଏବଂ ଜାପାନର ନାଗରିକମାନଙ୍କୁ ଦିଆଯାଇଥିବା ସମସ୍ତ ନିୟମିତ ଭିସା ଏବଂ ଇ-ଭିସାକୁ ତୁରନ୍ତ ଅଚଳ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଜି ସଂଶୋଧିତ ଭ୍ରମଣ ପରାମର୍ଶ ଜାରି କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବାଧ୍ୟତାମୂଳକ କାରଣରୁ ଯେଉଁମାନେ ଭାରତ ଯାତ୍ରା କରିବାକୁ ଆବଶ୍ୟକ କରନ୍ତି ସେମାନେ ନିକଟସ୍ଥ ଭାରତୀୟ ଦୂତାବାସରେ ନୂତନ ଭିସା ପାଇଁ ଆବେଦନ କରିପାରିବେ।

ଗତ ମାସର ୫ତାରିଖ କିମ୍ବା ପୂର୍ବରୁ ଚୀନ ନାଗରିକମାନଙ୍କୁ ଦିଆଯାଇଥିବା ନିୟମିତ ଭିସାକୁ ପୂର୍ବରୁ ଅଚଳ ଘୋଷଣା କରାଯାଇଥିଲା ଏବଂ ଏହା ବଳବତ୍ତର ରହିବ। ତେବେ ଫେବୃଆରୀ ୧ତାରିଖ କିମ୍ବା ପରେ ଯେଉଁ ବିଦେଶୀ ନାଗରିକ ଚୀନ୍, ଇରାନ, ଇଟାଲୀ, ଦକ୍ଷିଣ କୋରିଆ ଏବଂ ଜାପାନ ଗସ୍ତରେ ଯାଇଛନ୍ତି ଏବଂ ଏପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିନାହାଁନ୍ତି ସେମାନଙ୍କ ଭିସା ତୁରନ୍ତ ଅଚଳ ଘୋଷଣା କରାଯାଇଛି। ଅନ୍ୟ ପକ୍ଷରେ କୂଟନୀତିଜ୍ଞ, ଜାତିସଂଘ ଅଧିକାରୀ ତଥା ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂସ୍ଥାର ଅଧିକାରୀ ଏବଂ ବିମାନରେ ଆସୁଥିବା କର୍ମଚାରୀଙ୍କୁ ଏଥିରୁ ବାଦ ଦିଆଯାଇଛି।

- Advertisement -

କେନ୍ଦ୍ର ସରକାର ମଧ୍ୟ ଭାରତୀୟ ନାଗରିକମାନଙ୍କୁ ଚୀନ୍, ଇରାନ, ଦକ୍ଷିଣ କୋରିଆ ଓ ଇଟାଲୀ ଭ୍ରମଣରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ଓ ବିଶେଷ କରି କରୋନା ପ୍ରଭାବିତ ଦେଶକୁ ଅତ୍ୟାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories