www.samajalive.in
Saturday, December 6, 2025
23.1 C
Bhubaneswar

ସରକାର୍‍ କା ମାଲ୍‍…. କୁକୁର ଖାଉଛି ରାସ୍ତାରେ ଫିଙ୍ଗା ଯାଇଥିବା ଛତୁଆ

ରେଙ୍ଗାଲି: ସରକାରୀ ଜିଣିଷ ନଷ୍ଟ ହେଉଥିବାର ଦେଖିଲେ ଲୋକେ କହିଥାନ୍ତି ସରକାର୍‍ କା ମାଲ୍‍ ଦରିଆ ମେ ଡାଲ୍‍। ଏହି ଉକ୍ତିର ସତ୍ୟତା ସମ୍ବଲପୁର ଜିଲ୍ଲାର ବିଶାଳଖିଣ୍ଡା ଗ୍ରାମରେ ଦେଖିବାକୁ ମିଳୁଛି। ସରକାର ଗର୍ଭବତୀ ମହିଲା ଏବଂ ଶିଶୁମାନଙ୍କର ପୁଷ୍ଟି ହୀନତା ଦୂରୀକରଣ ସକାଶେ ସମନ୍ୱିତ ଶିଶୁ ବିକାଶ ଯୋଜନା ମଧ୍ୟାମରେ ଛତୁଆ ଯୋଗାଇ ଦେଉଛନ୍ତି। ତେବେ ବିଡମ୍ବନାର ବିଷୟ ଯେ ସମ୍ବଲପୁର ଜିଲ୍ଲାର ଧନକଉଡା ବ୍ଳକର ବିଶାଳଖିଣ୍ଡା ଗ୍ରାମର ମଝି ରାସ୍ତାରେ ଗର୍ଭବତୀ ମହିଲା ଏବଂ ଶିଶୁ ମାନଙ୍କ ପାଇଁ ଆସିଥିବା ଛତୁଆକୁ ଫୋଫାଡି ଦିଆ ଯାଇଥିବାର ଦେଖିବାକୁ ମିଳିଛି। ରାସ୍ତାରେ ଫିଙ୍ଗା ଯାଇଥିବା ଛୁତୁଆ ଭୋକିଲା ବୁଲାକୁକୁର ମାନଙ୍କ କ୍ଷୁଧା ନିବାରଣ କରୁଥିବାର ଦୃଶ୍ୟ ସୋସିଆଲ୍‍ ମିଡିଆରେ ଭାଇରାଲ୍‍ ହୋଇଛି। ଛତୁଆ ରାସ୍ତାରେ ଫିଙ୍ଗିଦେବା ଦୁର୍ଭାଗ୍ୟଜନକ ବୋଲି ସ୍ଥାନିୟ ଗୋରେଖନାଥ ଯୁବ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇ ଏହାର ତଦନ୍ତ କରାଯାଇ ବିହିତ କାର୍ୟ୍ୟାନୁଷ୍ଠାନ ଦାବୀ କରାଯାଇଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories