www.samajalive.in
Saturday, December 6, 2025
14.1 C
Bhubaneswar

ବଢୁଛି ଆଶା – କରୋନା ଟିକା ପାଇଁ ପୁଣି ୯ ଶହ କୋଟିର ପ୍ୟାକେଜ୍

ପ୍ରଧାନମନ୍ତ୍ରୀ ଗତକାଲି ଦେଶର ୩ଟି ପ୍ରମୁଖ ଟିକା ଉତ୍ପାଦନକାରୀ ପ୍ରତିଷ୍ଠାନ ପରିଦର୍ଶନ କରିବା ପରେ ଆଜି ସରକାର କୋଭିଡ ଟିକା ବିକାଶ ମିଶନ୍ ପାଇଁ ୯୦୦ କୋଟି ଟଙ୍କାର ତୃତୀୟ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ଆର୍ଥିକ ଅନୁଦାନ ବାୟୋଟେକ୍ନୋଲୋଜି ବିଭାଗକୁ ଭାରତରେ କୋଭିଡ ଟିକା ସମ୍ବନ୍ଧିତ ଗବେଷଣା ଏବଂ ବିକାଶ ପାଇଁ ପ୍ରଦାନ କରାଯିବ ଯାହା ଫଳରେ ଟିକା ଉତ୍ପାଦନ କ୍ଷେତ୍ରରେ ଏହା ଅଧିକ ସହାୟକ ହୋଇପାରିବ।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି ଯେ ଏହି ଅନୁଦାନ ପ୍ରାୟ ୫ରୁ ୬ଟି ଟିକା ବିକାଶ ପ୍ରକ୍ରିୟାକୁ ଗତିଶୀଳ କରାଇପାରିବ। ମନ୍ତ୍ରଣାଳୟ କହିଛି ଯେ ମୋଟ ୧୦ଟି କରୋନା ଟିକା ବିକାଶ ପାଇଁ ସହାୟତା ଯୋଗାଇ ଦେଉଛି। ସେଥିମଧ୍ୟରୁ ପାଞ୍ଚଟି ଟିକା ମାନବ ପରୀକ୍ଷଣ ସ୍ଥରରେ ଥିବାବେଳେ ରୁଷର ସ୍ପୁଟନିକ-ଭି ଓ ଅନ୍ୟ ତିନିଟି ଟିକା ଉନ୍ନତ ପର୍ଯ୍ୟାୟରେ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories