www.samajalive.in
Friday, December 5, 2025
20.1 C
Bhubaneswar

ଭାଙ୍ଗିରୁଜି ଗଲାଣି ମଣିଷ ଗଢା ବିଦ୍ୟାଳୟ ; ଉନ୍ନୟନ କାର୍ଯ୍ୟ ପାଇଁ ପୁରାତନ ଛାତ୍ରଙ୍କ ଅବଦାନ

ଫୁଲବାଣୀ : ଫୁଲବାଣୀ ପୌରାଂଚଳରେ ଥିବା  ଅନ୍ୟତମ ପୁରାତନ ବିଦ୍ୟାଳୟ ପୁଲିସ ଲାଇନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାଙ୍ଗିରୁଜ ଗଲାଣି । ୧୯୫୬ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ସେହି ସମୟର ଛାତ୍ରଛାତ୍ରୀ ମାନେ ପାଠପଢି ଅନେକ ବଡବଡ ପଦ ପଦବୀରେ ରହିଛନ୍ତି। ସେହି ସମୟରେ ଉକ୍ତ ବିଦ୍ୟାଳୟ ପୁଲିସ ବିଭାଗ ଦ୍ୱାରା ପରିଚାଳିତ ହେଉଥିଲା। ଏପରିକି ସେଠାରେ ପାଠ ପଢାଉଥିବା ଶିକ୍ଷକ ମାନଙ୍କ ମଧ୍ୟରୁ କେତେକ ପୁଲିସ ବିଭାଗର କର୍ମଚାରୀ ମଧ୍ୟ ଥିଲେ। ପରବର୍ତୀ ସମୟରେ ସରକାରଙ୍କ ଶିକ୍ଷା ନୀତି ବଦଳିବା ସହିତ ଏହି ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ମଧ୍ୟ ସମ୍ପୁର୍ଣ୍ଣ ଭାବରେ ଶିକ୍ଷା ବିଭାଗ ହାତକୁ ଚାଲିଗଲା। ବର୍ତମାନ ଏହି ବିଦ୍ୟାଳର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି। ନଦେଖିବା ଲୋକ ବିଶ୍ୱାସ କରିବ ନାହିଁ। ଶ୍ରେଣୀ ଗୃହ ଗୁଡିକ ଗତ ଦିନରେ ହୋଇଥିବା ବର୍ଷା ଓ ବାତ୍ୟାରେ ଭାଙ୍ଗି ଯିବା ସହିତ ଅନେକ ଆଜବେଷ୍ଟସ ସବୁ ଉଡିଯାଇଛି।

ବର୍ତ୍ତମାନ କୋଭିଡ ସଂକ୍ରମଣ କାଳରେ ସେଠାରେ ପିଲାଙ୍କ ପାଠପଢା ବନ୍ଦ ଥିବାରୁ ସ୍କୁଲର ତତ୍ୱାବଧାନ ନେବାରେ କିଛି ଅସୁବିଧା ହେବାସହିତ ବିଦ୍ୟାଳୟ ପରିସରରେ ଅସମାଜିକ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ବିଦ୍ୟାଳୟର ଗୃହ ସବୁ ଭାଙ୍ଗିରୁଜି ଗଲାଣି। ସ୍କୁଲ ଖୋଲିବାପରେ ସେଠାରେ ପିଲାଙ୍କୁ ପାଠପଢାଇବା ମଧ୍ୟ ଅସୁରକ୍ଷିତ ବୋଲି କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ଖବର ପାଇବାପରେ ସେହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ଉନ୍ନତିକରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଆଗକୁ ଆସିଛନ୍ତି ଏବଂ ସହାୟତାର ହାତ ବଢାଇଛନ୍ତି ସେମାନେ ପାଠପଢିଥିବା ଏହି ବିଦ୍ୟାଳୟର ଉନ୍ନୟନ ଦିଗରେ। ବିଦ୍ୟାଳୟର ପୁରାତନ ଛାତ୍ର ଡା.ଜତୀନ କୁମାର ପାଢୀ। ସେ ନିଜ ପକ୍ଷରୁ ତାଙ୍କ ବିଦ୍ୟାଳୟର ଉନ୍ନୟ ପାଇଁ ମୋ ସ୍କୁଲ ପାଣ୍ଠିକୁ ୩ ହଜାର ଟଙ୍କା ଦାନ କରିବା ସହିତ ଉକ୍ତ ବିଦ୍ୟାୟର ପୁରାତନ ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ୍ ହେବାକୁ ସେ ନିବେଦନ କରିଛନ୍ତି। ଡ଼ା.ପାଢୀ ଏହି ଅନୁଦାନ ରାଶୀକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ତ୍ରିପାଠୀଙ୍କୁ ପ୍ରଦାନ କରିଛନ୍ତି। ଏହି ଶୁଭାରମ୍ଭ କରିଥିବାରୁ ନିଜକୁ ଗର୍ବିତ ମନେ କରୁଥିବା କହିଛନ୍ତି ଶ୍ରୀ ପାଢୀ। ମୋ ସ୍କୁଲ ଯୋଜନାରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱରା ପ୍ରଦାନ ଅନୁଦାନର ୨ ଗୁଣ ସରକାର ତାଙ୍କ ତରଫରୁ ପ୍ରଦାନ କରାଯିବାର ଯୋଜନା ରହିଛି। ସେଥିପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହି ବିଦ୍ୟାଳୟର ମୋସ୍କୁଲ ଅଭିଯାନ ପାଇଁ ରହିଥିବା ବ୍ୟାଙ୍କ ଖାତାରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଅନୁଦାନ ଜମା କରିବାକୁ ଅନୁରୋଧ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories