www.samajalive.in
Saturday, December 6, 2025
16.1 C
Bhubaneswar

ଅଜଣା ଗାଡି ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ

ବଲାଙ୍ଗିର : ପାଟଣାଗଡ ଥାନା ବାନ୍ଧନଭାଡି ଗାଁର ରାଧାକାନ୍ତ ପୁଟେଲଙ୍କ ପୁଅ ଆକାଶ ପୁଟେଲ। ଆକାଶ ଧୁମାଭଟା କଲେଜର ଯୁକ୍ତ ଦୁଇ ଛାତ୍ର। ରବିବାର ସନ୍ଧ୍ୟା ସାଢେ ୫ଟା ବେଳେ ବାନ୍ଧନଭାଡି ଛକରେ ଠିଆ ହୋଇଥିବା ବେଳେ ଏକ ଅଜଣା ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଆକାଶ ଛିଟିକି ପଡିଥିଲେ। ବାଇକ୍ ଚାଳକ ଦୁର୍ଘଟଣା ପରେ ସେଠାରୁ ଫେରାର ମାରିଥିଲେ। ସ୍ଥାନୀୟ ଲୋକେ ଆକାଶଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ। ଏଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୁଲିସ ଶବ ଜବତ କରିଥିବା ବେଳେ ସୋମବାର ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ଅନ୍ୟପଟେ ଆକାଶଙ୍କ ମୃତ୍ୟୁ ନେଇ ଗାଁରେ ଶୋକ ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories