www.samajalive.in
Monday, December 15, 2025
16.1 C
Bhubaneswar

ରାଜଭବନ ସଚିବାଳୟ କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟପାଳ

ସମାଜଲାଇଭ ଡେସ୍କ: ରାଜଭବନ ସଚିବାଳୟ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପଟି। ଏ ନେଇ ରାଜଭବନ ମିନି କନଫରେନ୍ସ ହଲ​‌ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ବିଭିନ୍ନ ସେକ୍ସନର ପ୍ରଦର୍ଶନର ମୂଲ୍ୟାଙ୍କନ କରିଥିଲେ। ବିଶେଷ କରି ଉଚ୍ଚଶିକ୍ଷା, ଜନଜାତି ମଙ୍ଗଳ ଏବଂ ସାଧାରଣ ସେବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ।

ଦଳଗତ କାର୍ଯ୍ୟ, ସମନ୍ବୟ ଏବଂ ଅଧିକାରୀମାନଙ୍କ ମଧ୍ୟରେ ପ୍ରଭାବଶାଳୀ ଯୋଗାଯୋଗ ରହିଲେ ଅନୁଷ୍ଠାନ ଓ ଜନସେବା କାର୍ଯ୍ୟଗୁଡ଼ିକ ସୂଚାରୁରୂପେ ହୋଇପାରିବ ବୋଲି ବୈଠକରେ ରାଜ୍ୟପାଳ ଗୁରୁତ୍ଵାରୋପ କରିଥିଲେ। ସମସ୍ତ ବିଭାଗ ନିଜର କାର୍ଯ୍ୟଦକ୍ଷତା ବଜାୟ ରଖିବା ସହ ସଚିବାଳୟର ଦୈନନ୍ଦିନ ଦାୟିତ୍ଵଗୁଡ଼ିକର ଠିକ୍‌ ରୂପାୟନ ଉପରେ ଗୁରୁତ୍ଵ ଦେଇଥିଲେ।

- Advertisement -

ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories