ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆସନ୍ତା ୮ତାରିଖ ସୋମବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ କୋର୍ଟ ଛୁଟି ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛୁଟି ଘୋଷଣା କରିବା ପରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ବର୍ଷ ରଥଯାତ୍ରା ଦୁଇଦିନ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ସରକାରୀ ପ୍ରତିଷ୍ଠାନ, ବ୍ୟାଙ୍କ ଓ ମାଜିଷ୍ଟେରିଆଲ କୋର୍ଟ ଆଦି ଛୁଟି ରହିବ ବୋଲି ଘୋଷଣା କରିଥିଲେ। ରବିବାର ରଥଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ସୋମବାର ଶ୍ରୀଜୀଉଙ୍କ ରଥଟଣା ହେବ। ଏହାକୁ ଦୃଷ୍ଟିରେ ରଖି ରବିବାର ବ୍ୟତୀତ ସୋମବାର ଛୁଟି ଘୋଷଣା କରାଯାଇଛି। ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆସନ୍ତା ୮ତାରିଖ ଦିନ ଅନୁଷ୍ଠିତ ହେବ।
Popular Categories



