www.samajalive.in
Monday, December 15, 2025
26.1 C
Bhubaneswar

ଏଣିକି ପ୍ରତି ବାଇକରେ ମିଳିବ ସୁରକ୍ଷା ଫିଚର୍, ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ : ସଡକ ସୁରକ୍ଷାରେ ସୁଧାର ଆଣିବା ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଆଗାମୀ ବର୍ଷ ଅର୍ଥାତ୍ ଜାନୁୟାରୀ ୨୦୨୬ରୁ ସମସ୍ତ ନବନିର୍ମିତ ଦୁଇଚକିଆ ପାଇଁ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ(ଏବିଏସ୍)କୁ ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତୁତ ହେଉଛି । ଏଥିରେ ସ୍କୁଟର, ମୋଟରସାଇକେଲ ଓ ବାଇକ ସାମିଲ ହେବ । ଏହା ବ୍ୟତୀତ ମନ୍ତ୍ରାଳୟ ଏକ ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି ଯେଉଁଥିରେ ସମସ୍ତ ଦୁଇଚକିଆ ନିର୍ମାତା ଓ ଡିଲରସିପକୁ ପ୍ରତି ନୂଆ ବାହନ ସହିତ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍) ଦ୍ବାରା ପ୍ରମାମିତ ୨ଟି ହେଲମେଟ୍ ଉପଲବ୍ଧ କରାଇବାକୁ ହେବ ।

ପରିବହନ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ବର୍ତ୍ତମାନ ଏବିଏସ୍ କେବଳ ୧୨୫ ସିସିରୁ ଅଧିକ ବାଇକ ପାଇଁ ବାଧ୍ୟତାମୂଳକ । ଯେଉଁ ଗାଡି ୭୦ କିଲୋମିଟର ପ୍ରତି ଘଣ୍ଟାରୁ ଅଧିକ ବେଗରେ ଯାତ୍ରା କରିପାରିବ ସେହି ଗାଡିଗୁଡିକ ପାଇଁ ଏବିଏସ୍ ବାଧ୍ୟତାମୂଳକ ହେବ । ଏବିଏସକୁ ଜରୁରିକାଳୀନ ବ୍ରେକିଂ ସ୍ଥିତି ସମୟରେ ହ୍ବିଲ୍ ଲକ୍-ଅପକୁ ରୋକିବା ପାଇଁ ଡିଜାଇନ୍ କରାଯାଇଛି । ଖାସ୍ କରି ଓଦା କିମ୍ବା ଅସମାନ ରୋଡରେ ଏହାର ଗୁରୁତ୍ବ ବଢିଯାଏ । ଅନେକ ଅଧ୍ୟୟନରେ ଏହା ଜଣାପଡିଛି କି ଏବିଏସ୍ ଦୁର୍ଘଟଣାର ଆଶଙ୍କାକୁ ୩୫-୪୫ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିଥାଏ ।

ଗଣଦୁଷ୍କର୍ମ ଘଟଣା ପରଠୁ କାଠପୋଲ ବୁଲିବାକୁ ଯାଉନାହାନ୍ତି ପର୍ଯ୍ୟଟକ

- Advertisement -

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories