www.samajalive.in
Sunday, December 7, 2025
26.1 C
Bhubaneswar

ଗଣଦୁଷ୍କର୍ମ ଘଟଣା ପରଠୁ କାଠପୋଲ ବୁଲିବାକୁ ଯାଉନାହାନ୍ତି ପର୍ଯ୍ୟଟକ

ଗୋପାଳପୁର: ସାରା ଓଡ଼ିଶା ରଜ ମଉଜରେ ମସଗୁଲ ରହିଥିବାବେଳେ ଗୋପାଳପୁର ବେଳାଭୂମିରେ ଗଣ ଦୁଷ୍କର୍ମ ଘଟଣା ସମସ୍ତଙ୍କୁ ସ୍ତମ୍ଭିଭୂତ କରି ଦେଇଥିଲା। ଏହି ଘଟଣା ସୋମବାର ପ୍ରଘଟ ହେବାପରେ ଗୋପାଳପୁର ବେଳାଭୂମି ବୁଲିବାକୁ ପର୍ଯ୍ୟଟକ ମୁହଁ ମୋଡୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଦୁଷ୍କର୍ମ ଘଟିଥିବା ଘଟଣା ସ୍ଥଳର ମାତ୍ର ୨୦୦ ମିଟର ଦୂରରେ ରହିଥିବା କାଠ ପୋଲ ବୁଲିବାକୁ ମଙ୍ଗଳବାରଠାରୁ ଆଜି ଯାଏଁ କେବଳ ହାତଗଣତି ପର୍ଯ୍ୟଟକଙ୍କ ଆଗମନ ହେଉଥିବା ସେଠାରେ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଗୋପାଳପୁର ବେଳାଭୂମିର‌ ପ୍ରାୟ ୨ରୁ୩ କିମି ଅଞ୍ଚଳ ପର୍ଯ୍ୟଟକଙ୍କ ବୁଲାବୁଲି ପାଇଁ ଉଦ୍ଦିଷ୍ଟ ରହିଛି। ଏହା ବ୍ୟାକ୍ ଓ୍ବାଟର ବେଳାଭୂମିରୁ ନୂଆ ବକ୍ସପଲି ବେଳାଭୂମି ପର୍ଯ୍ୟନ୍ତ ପରିବ୍ୟାପ୍ତ। କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ କେବଳ ମୁଖ୍ୟ ବେଳାଭୂମିର ୫୦୦ ମିଟର ଓ ବ୍ୟାକ୍ ଓ୍ବାଟର ଅଞ୍ଚଳର ୨୦୦ ମିଟର ଅଞ୍ଚଳରେ ଆଲୋକ ବ୍ୟବସ୍ଥା କରାଯାଇଥିବାବେଳେ ପର୍ଯ୍ୟଟକମାନେ ପରିବାର ସହ ବୁଲାବୁଲି କରିଥାନ୍ତି। କିନ୍ତୁ ଦିନବେଳା ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରାୟ ୩ କିମି ବେଳାଭୂମି ଅଞ୍ଚଳରେ ବୁଲାବୁଲି କରିଥାନ୍ତି। ବେଳାଭୂମି ଅଞ୍ଚଳରେ ହୋଟଲ ମେଫେୟାର, ଓଟିଡିସି ପାନ୍ଥନିବାସ, ପ୍ରମୋଦ ଇନ୍ ଭଳି ବଡ଼ ହୋଟେଲଗୁଡ଼ିକ ସେମାନଙ୍କ ଗ୍ରାହକକୁ ଆକୃଷ୍ଟ କରିବା ନିମନ୍ତେ ନିଜ ନିଜର ବେଳାଭୂମି ଅଞ୍ଚଳକୁ ଆଲୋକୀକରଣ ସହ ଦୋଳି ଲଗାଇଛନ୍ତି। ଯାହାଫଳରେ ସନ୍ଧ୍ୟା ପରେ ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଆଲୁଅ ଦେଖି ସେହି ସ୍ଥାନ ଆଡ଼କୁ ଆକର୍ଷିତ ହୋଇ ବୁଲିବାକୁ ଯାଉଥିଲେ। ଏପରି କ୍ରମରେ ଗତ ରବିବାର ସଂଧ୍ୟାରେ ମଧ୍ୟ ପୁରୁଷ ବନ୍ଧୁଙ୍କ ସହ ବ୍ରହ୍ମପୁର ଅଞ୍ଚଳର ଏକ ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ନିଜର ମୋଟର ସାଇକେଲ ବେଳାଭୂମିର‌ ପାର୍କିଂ ସ୍ଥାନରେ ରଖି ହୋଟେଲ ମେଫେୟାର ସମ୍ମୁଖ ବେଳାଭୂମି ଅଞ୍ଚଳକୁ ଯାଇଥିଲେ। ହୋଟେଲ ମେଫେୟାର ପାଚେରୀ କଡ଼ ଓ ପାନ୍ଥନିବାସ ସମ୍ମୁଖ ବେଳାଭୂମି ଅଞ୍ଚଳ ଅଳ୍ପ ଅନ୍ଧାରୁଆ ରହୁଥିବା ସହ ଲୋକଙ୍କ ଚଳପ୍ରଚଳ କମ୍ ରହୁଥିବାରୁ ସେଠାରେ ବସି ଯାଇଥିଲେ। ଯାହାଫଳରେ ୧୦ ଯୁବକ ସେଠାରେ ପହଞ୍ଚି ଛାତ୍ରୀଜଣଙ୍କୁ ଗଣ ଦୁଷ୍କର୍ମ କରିବାକୁ ସାହସ କରିଥିଲେ। କାରଣ ସନ୍ଧ୍ୟା ନଇଁଲେ ଉକ୍ତ ସ୍ଥାନକୁ ଲୋକଙ୍କ ଚଳପ୍ରଚଳ କମ୍ ରହୁଥିବା ଯୋଗୁଁଁ ଏହି ଅଘଟଣ ସମୟରେ ପୀଡିତଙ୍କୁ ସାହାଯ୍ୟ କରିବାକୁ କେହି ଯାଇପାରି ନଥିଲେ। ଯାହାଫଳରେ ଅଧିକାଂଶ ସମୟରେ ଏପରି ଅଘଟଣମାନ ଘଟାଇ ଦୁର୍ବୃତ୍ତମାନେ ଅନାୟାସରେ ଘଟଣା ସ୍ଥଳରୁ ଫେରାର ହୋଇ ଯାଉଛନ୍ତି। ଘଟଣା ଦିନ କୁଆଡେ଼ ରାତି ୮ଟାବେଳେ ଗୋପାଳପୁର ପୁଲିସର ପାଟ୍ରୋଲିଂ ଜିପ୍ ଉକ୍ତ ଅଞ୍ଚଳ ଗସ୍ତ କରିଥିଲା ବୋଲି ଆଇଆଇସି ପ୍ରଶାନ୍ତ ମଲ୍ଲିକ ପ୍ରକାଶ କରିଛନ୍ତି। କିନ୍ତୁ ପୁଲିସ ଜିପ୍ ବୁଲିବା ଅଞ୍ଚଳଠାରୁ ମାତ୍ର ୫୦୦ ମିଟର ଦୂର ବେଳାଭୂମି ଅଞ୍ଚଳରେ ଏପରି କାଣ୍ଡ ଘଟୁଥିବାବେଳେ ପୁଲିସ ସାମାନ୍ୟ ସୁରାକ ପାଇ ପାରିନଥିଲା। ଏହାସହ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୨୧ରୁ ଇକୋ ରିଟ୍ରିଟ ହବ୍‌ସହ କାଠ ପୋଲ ନିର୍ମାଣ ହୋଇଥିବାବେଳେ ଆଜିଯାଏଁ ଇକୋ ରିଟ୍ରିଟ ହବ୍‌କୁ କାର୍ଯ୍ୟକ୍ଷମ କରାଯାଇନଥିବାବଳେ ବିଡିଏ କାଠ ପୋଲକୁ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଟିକଟ ନେଇ ଛାଡୁଛି। ଏଠାରେ ପ୍ରତି ପର୍ଯ୍ୟଟକ ପିଛା ଓ ଗାଡ଼ି ପାର୍କିଂ ପିଛା ୧୦ ଟଙ୍କା ଲେଖାଏଁ ଆଦାୟ କରାଯିବାସହ ଦିନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୁଲିବାକୁ ଛାଡ଼ିଥାନ୍ତି। କିନ୍ତୁ ବିଡିଏ ଫି’ ଆଦାୟ କରୁଥିଲେ ମଧ୍ୟ ପର୍ଯ୍ୟଟକ ସୁବିଧା ନିମନ୍ତେ କୌଣସି ବ୍ୟବସ୍ଥା କରି ନଥିବା ଦେଖିବାକୁ ମିଳିଛି ‌। ଏହି ଅଞ୍ଚଳରେ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାକୁ ଦୁଇଜଣ ସୁରକ୍ଷାକର୍ମୀକୁ ନିଯୁକ୍ତି ଦେଇଥିବାବେଳେ ସେଠାରେ ଆଜିଯାଏଁ ସିସିଟିଭି କ୍ୟାମେରା ଲଗା ଯାଇନାହିଁ। ଏଥିସହ ଉକ୍ତ ଅଞ୍ଚଳରେ ଶୌଚାଳୟର କୌଣସି ସୁବିଧା କିମ୍ବା କାଠ ପୋଲ ଅଞ୍ଚଳରେ ଲାଇଟ୍‌ର‌ ବ୍ୟବସ୍ଥା କରାଯାଇନାହିଁ।

- Advertisement -

ସୂଚନାଯୋଗ୍ୟ, ଗତ ୩ ବର୍ଷ ତଳେ ଦୁଇଟି ଅତ୍ୟାଧୁନିକ ଟଏଲେଟ୍‌ ସ୍ଥାପନ ହୋଇଥିଲେ ମଧ୍ୟ ଆଜିଯାଏଁ ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ତେଣୁ ପ୍ରଶାସନ ପକ୍ଷରୁ କାଠ ପୋଲ ଅଞ୍ଚଳ ସହ‌ ବେଳାଭୂମିର ଖୋଲା ଅଞ୍ଚଳରେ ମଧ୍ୟ ଫୁଟ୍ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories