www.samajalive.in
Saturday, December 6, 2025
14.1 C
Bhubaneswar

ସର୍ବନିମ୍ନ ସହାୟକ ମୂଲ୍ୟରେ ୪୮୭ଲକ୍ଷ ୯୨ହଜାର ମେଟ୍ରିକ୍‍ ଟନ୍‍ ଖରିଫ ଧାନ ସଂଗ୍ରହ

ନୂଆଦିଲ୍ଲୀ : ସରକାର କୃଷକମାନଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଖରିଫ ଫସଲ ସଂଗ୍ରହ ଜାରି ରଖିଛନ୍ତି। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ତେଲଙ୍ଗାନା, ଉତ୍ତରାଖଣ୍ଡ, ତାମିଲନାଡୁ, ଚଣ୍ଡିଗଡ, ଜାମ୍ମୁ-କାଶ୍ମୀର, କେରଳ, ଗୁଜରାଟ, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ଝାଡଖଣ୍ଡ, ଆସାମ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଧାନସଂଗ୍ରହ ଜାରି ରହିଛି। ଏପର୍ଯ୍ୟନ୍ତ ୪୮୭ଲକ୍ଷ ୯୨ହଜାର ମେଟ୍ରିକ୍‍ ଟନ୍‍ ଧାନ ସଂଗ୍ରହ କରାଯାଇସାରିଲାଣି।
ଏହା ଗତବର୍ଷର ଏହି ସମୟ ତୁଳନାରେ ୨୪.୯୩ ପ୍ରତିଶତ ଅଧିକ ରହିଛି। ମୋଟ୍‍ ସଂଗୃହୀତ ଧାନ ମଧ୍ୟରୁ କେବଳ ପଞ୍ଜାବରୁ
୨୦୨ ଲକ୍ଷ ୭୭ହଜାର ମେଟ୍ରିକ୍‍ ଟନ୍‍ ଧାନ ସଂଗ୍ରହ କରାଯାଇଛି। ପ୍ରାୟ ୬୨ଲକ୍ଷ ୨୮ହଜାର କୃଷକ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ଗୁଡ଼ିକ ପାଇଁ ୯୨ହଜାର ୧୨୦କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଆକାରରେ ପାଇଛନ୍ତି।
ସରକାର ଚଳିତ ଖରିଫ ଋତୁରେ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ଗୁଜରାଟ, ହରିୟାଣା, ଉତ୍ତର ପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ୫୧ ଲକ୍ଷ ୬୬ହଜାର ମେଟ୍ରିକ୍‍ ଟନ୍‍ ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ସଂଗ୍ରହକୁ ଅନୁମୋଦନ କରିଛନ୍ତି। ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରୁ ୧ଲକ୍ଷ ୨୩ହଜାର ମେଟ୍ରିକ୍‍ ଟନ୍‍ ଶୁଖିଲା ନଡ଼ିଆ ସଂଗ୍ରହ କରିବାକୁ ମଧ୍ୟ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories