www.samajalive.in
Monday, December 15, 2025
26.1 C
Bhubaneswar

କୋଭିଡ ଆରୋଗ୍ୟହାର ୯୬.୧୨ ପ୍ରତିଶତ : ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨.୪୩ %

ନୂଆଦିଲ୍ଲୀ :  ଦେଶରେ କୋଭିଡ ଆରୋଗ୍ୟହାର ବୃଦ୍ଧି ପାଇ ୯୬.୧୨ ପ୍ରତିଶତରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୯୯ଲକ୍ଷ
ଲୋକ ଆରୋଗ୍ୟଲାଭ କରିସାରିଛନ୍ତି। ଗତ ୨୪ଘଣ୍ଟା ଭିତରେ ୨୨ ହଜାର ୯୦୦ ଆରୋଗ୍ୟ ଲାଭ କରିବା ସହ ଦୈନିକ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ତୁଳନାରେ ଅଧିକ ରହୁଛି। ଦେଶରେ ମୋଟ୍‍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟାର ୪୦ ଗୁଣାରୁ ଅଧିକ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ଚିକିତ୍ସା ମୌଳିକ ଢ଼ାଞ୍ଚାର ବିକାଶ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନିୟମର କଡାକଡି ପାଳନ ଓ ଡାକ୍ତର, ଚିକିତ୍ସା ସହାୟକ କର୍ମୀ ଓ ସ୍ୱେଚ୍ଛାସେବୀ ମାନଙ୍କର ଅକ୍ଳାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର କ୍ରମାନ୍ୱୟରେ ବୃଦ୍ଧି ପାଇବାରେ ଲାଗିଛି।

ଦେଶରେ ସକ୍ରିୟ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୨.୪୩%କୁ ହ୍ରାସ ପାଇଛି। ସଂକ୍ରମିତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବା ସହ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଗତ ୨୪ଘଣ୍ଟା ମଧ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଆଉ ୪ହଜାର ହ୍ରାସ ପାଇଛି। ଫଳରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୨ଲକ୍ଷ ୫୦ହଜାର ରହିଛି। ଦୈନିକ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୦ ହଜାରରୁ ନିମ୍ନରେ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ୧୯ହଜାର ନୂଆଲୋକ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି।
ଦେଶରେ କରୋନା ମୃତ୍ୟୁହାର  ୧.୪% ରହିଛି। ଗତ ୨୪ଘଣ୍ଟା ଭିତରେ ୨୨୪ଜଣ ମୃତ୍ୟୁବରଣ କରିଥିବାର ରିପୋର୍ଟ ମିଳିଛି। ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୮ଲକ୍ଷ ୨୯ହଜାର ନମୂନା ପରୀକ୍ଷା କରାଯାଇଛି। ଫଳରେ ଦେଶରେ ଏପର୍ଯ୍ୟନ୍ତ ୧୭କୋଟି ୩୯ଲକ୍ଷ ନମୂନା ପରୀକ୍ଷା କରାଯାଇଛି।

- Advertisement -

ଉଭୟ କେନ୍ଦ୍ର ସରକାର ଓ ଆଇ.ସିଏମ୍‍ଆର୍‍ ଦେଶରେ କୋବିଡ ନମୂନା ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧିକରିବା ଉଦ୍ୟମ ଜାରି ରଖିଛନ୍ତି। ଦେଶରେ ଦୈନିକ ୧୫ଲକ୍ଷ ନମୂନା ପରୀକ୍ଷା କରାଯାଇପାରୁଛି ଓ ଲୋକମାନେ ସହଜରେ ସେମାନଙ୍କର ନମୂନା ପରୀକ୍ଷା କରିପାରୁଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଅଧିକ ନମୂନା ପରୀକ୍ଷା କରାଯିବା ଯୋଗୁଁ ସଂକ୍ରମିତମାନଙ୍କୁ ଆଗୁଆ ଚିହ୍ନଟ କରାଯାଇପାରୁଛି ଓ ସେମାନଙ୍କର ଠିକ୍‍ ସମୟରେ ଚିକିତ୍ସା କରାଯାଉଛି। ଏହାଯୋଗୁଁ କୋଭିଡ୍‍ ମୃତ୍ୟୁହାର ହ୍ରାସ
ପାଉଛି। ଅଧିକ ନମୂନା ପରୀକ୍ଷା ଯୋଗୁଁ ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟାରେ ମଧ୍ୟ ଯଥେଷ୍ଟ ହ୍ରାସ ପରିଲକ୍ଷିତ ହେଉଛି। ଦୈନିକ ସଂକ୍ରମିତମାନଙ୍କ ହାର ୨ ଦଶମିକ ୩ ଭାଗରୁ ନିମ୍ନକୁ ଚାଲିଯାଇ ଥିବା ରିପୋର୍ଟ ମିଳିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୨ ହଜାର ୨୯୪ଟି ପରୀକ୍ଷାଗାରରେ ନମୂନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୧ହଜାର ୨୦୧ଟି ସରକାରୀ ପରୀକ୍ଷାର ଓ ୧ହଜାର ୯୩ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories