ଅନ୍ତର୍ଜାତୀୟ ଗୀତା ମହୋତ୍ସବରେ ସତ୍ୟବାଦୀର ଗୋଟିପୁଅ ଓଡିଶୀ ନୃତ୍ୟ
ସାକ୍ଷୀଗୋପାଳ : ଅାନ୍ତର୍ଜାତୀୟ ଗୀତା ମହୋତ୍ସବ ହରିୟାଣା ରାଜ୍ୟର କୁରୁକ୍ଷେତ୍ର ନିକଟସ୍ଥ ବ୍ରହ୍ମ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ମହୋତ୍ସବରେ ପୁରୀ ଜିଲ୍ଳାର ଲୋକକଳା ଗ୍ରାମ ସତ୍ୟବାଦୀ ବ୍ଲକର ସାରଙ୍ଗଜୋଡି ପଞ୍ଚାୟତ ଅନ୍ତର୍ଗତ ବାଇଁଶୀବାଡ଼ି ଗ୍ରାମର କୈଳାଶ ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦ ଯୋଗ ଦେଇଛନ୍ତି l ପରିଷଦ ତରଫରୁ ରଙ୍ଗମଞ୍ଚରେ ଦେବୀ ବନ୍ଦନା, ଆହେ ନୀଳଶୈଳ, ଆମେ ଓଡ଼ିଆରେ ଆମେ ଓଡ଼ିଆ ଓ ବନ୍ଧ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି। ପରିଷଦର ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ ସେଠାରେ ବେଶ ଜନ ସମାଗମ ହୋଇଥଇଲା।
ପରିଷଦର କଳାକାର କୈଳାଶ ଚନ୍ଦ୍ର ବିଶ୍ୱାଳ, ନେତ୍ରାନନ୍ଦ ବେହେରା, ଲକ୍ଷ୍ମୀଧର ନାୟକ, ଜୀବନ ରାୟ, ଲକ୍ଷ୍ମଣ ମହାପାତ୍ର, ରଞ୍ଜନ ସେଠୀ, ସୁଚିତ୍ର ସେନାପତି, ଉଦ୍ଧବ ମହାନ୍ତି, ରାକେଶ ସ୍ୱାଇଁ ଓ ଶୁଭ୍ରଜିତ ଭୂୟାଁ ପ୍ରମୁଖଙ୍କ ସମେତ ଅନ୍ୟ କଳାକାର ମାନେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ନିୟମିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ପରିଷଦ ତରଫରୁ ଜଣାପଡିଛି l
Comments are closed.