ଡେଥ୍‌ ଜୋନ୍‌ରେ ପୁଣି ଦୁର୍ଘଟଣା, ଜଣଙ୍କର ମୃତ୍ୟୁ – ତାତିଲେ ସ୍ଥାନୀୟ ବାସିନ୍ଦା, ଓଭରବ୍ରିଜ ନିର୍ମାଣ ପାଇଁ ଦାବି

ଗୋପାଳପୁର – ଡେଥ ଜୋନ ଭାବେ ପରିଚିତ ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଚଟିରେ ସୋମବାର ସନ୍ଧ୍ୟାରେ କାର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ।

ସଡକ ଦୁର୍ଘଟଣାରେ ଦୁଇଜଣ ଗୁରୁତରଙ୍କୁ ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିଲା l ଗୁରୁତର ଜଣଙ୍କ ହେଲେ କୋଠାରସିଂ ଗାଁର ସୁନୀଲ ନାଇକ । ରୂପଙ୍ଗ ନାଇକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି l ସନ୍ଧ୍ୟା ସାଢେ ୬ ଟା ବେଳେ ସୁନୀଲ ଓ ରୂପଙ୍ଗ ଏକ ବାଇକ ଯୋଗେ ଚଟି ଛକ ଜାତୀୟ ରାଜପଥ ପାର ହେଉଥିବା ବେଳେ ବ୍ରହ୍ମପୁର ରୁ ଆନ୍ଧ୍ର ଅଭିମୁଖେ ଆସୁଥିବ( ଓଡି୩୩ଏଏଲ ୩୯୪୩) ନମ୍ବର ବିଶିଷ୍ଟ ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା l ଫଳରେ ବାଇକରେ ବସିଥିବା ଦୁଇ ଜଣ ରାସ୍ତା ମଝିରେ ଛିଟିକି ପଡି ଗୁରୁତର ହୋଇଥିଲେ l .

ଦୁର୍ଘଟଣାକୁ ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା l ଖବର ପାଇ ଗୋଳନ୍ଥରା ଥାନା ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ l ଦୁର୍ଘଟଣା ଗ୍ରସ୍ତ କାର ଓ ବାଇକ କୁ ପୋଲିସ ଜବତ କରିଥିବା ସୂଚନା ମିଳିଛି l ଅନ୍ୟପଟେ ଏହି ଛକ ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ପ୍ରତି ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏଠାରେ ଅନେକଙ୍କ ମୃତ୍ୟୁ ହେଉଥିବାରୁ ଏହା ସ୍ଥାନୀୟ ଅଞ୍ଚଳରେ ଡେଥ୍‌ ଜୋନ ଭାବେ ଜଣାଶୁଣା । ଏଠାରେ ତୁରନ୍ତ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି l

Comments are closed.