ବାଇକ୍ ଶୋରୁମ୍ରେ ବିଦ୍ୟୁତ୍ ଆଘାତରେ ଯୁବକ ମୃତ
ଗୋପାଳପୁର- ଗୋଳନ୍ଥରା ଥାନା ଅଧୀନସ୍ଥ ରଣ୍ଢା ଗ୍ରାମରେ ଏକ ବାଇକ ଶୋରୁମରେ ବିଦ୍ୟୁତ କାମ କରୁଥିବା ସମୟରେ ଜୈନିକ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏ ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ହୋଇଅଛି l
ମୃତ ଶ୍ରମିକ ଜଣଙ୍କ ହେଲେ ବ୍ରହ୍ମପୁର ଆସ୍କା ରୋଡ଼ ଅଞ୍ଚଳର ଡି. ରାଜୁ ଅଚାରୀ (୨୯) lମୃତକ ରାଜୁ ଗତକାଲି ରାତିରେ ରଣ୍ଢାର ଏକ ନିର୍ମାଣଧିନ ବାଇକ ଶୋରୁମରେ ବିଦ୍ୟୁତ କାମ କରୁଥିବା ବେଳେ ହଠାତ୍ ଅସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ସେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ l ସେଠାରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥିଲେ l
ଖବର ପାଇଁ ଗୋଳନ୍ଥରା ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠେଇଥିଲେ l ମଙ୍ଗଳବାରରେ ପୋଲିସ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ଏ ନେଇ ଥାନାରେ ନଂ ୪୬୯/୨୩ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି l
Comments are closed.