www.samajalive.in
Monday, December 8, 2025
14.1 C
Bhubaneswar

ପୁଟିପଦରରେ ଚାଞ୍ଚଲ୍ୟ, ଯୁବକଙ୍କୁ ପଥର ଛେଚି ହତ୍ୟା

ଗୋପାଳପୁର:  ଗୋପାଳପୁର ଥାନା ଅନ୍ତର୍ଗତ ପୁଟିପଦର ଗ୍ରାମରେ ଆଜି ଜଣେ ଯୁବକଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ  ଉଦ୍ଧାର ପରେ ଗାଁ ରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର ପରେ ଯୁବକ ଜଣଙ୍କ ପରିଚୟ ମିଳିଥିଲା। ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ବିଶ୍ଵନାଥ ବେହେରା ବୟସ ୨୫ ବୋଲି ପୁଲିସ କହିଛି।
ସୂଚନା ପ୍ରକାରେ ପୁଟିପଦର ମଝି ସାହିରେ ରହୁଥିବା ବିଶ୍ଵନାଥଙ୍କ ମୃତଦେହ ଆଜି ସକାଳେ ତଳ ସାହିର ଏକ ବୁଦା ମୂଳେ ପଡ଼ିଥିବା ଲୋକେ ଦେଖି ତାଙ୍କ ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ। ଏହା ସହ ଗୋପାଳପୁର ଥାନାକୁ ଘଟଣା ନେଇ ଅବଗତ କରା ଯାଇଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ  ମୃତଦେହକୁ  ଚିହ୍ନଟ କରିଥିଲେ। ଘଟଣା ନେଇ ମୃତକ ବିଶ୍ବନାଥ ଙ୍କ ବଡ଼ ଭାଇ ରାଜେନ୍ଦ୍ର ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ପ୍ରକାରେ ପୁଲିସ ୧୨୪/୨୪ ରେ ଏକ ହତ୍ୟା ମାମଲା  ରୁଜୁ କରି ପୁଲିସ ପକ୍ଷରୁ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ତଳ ସାହିରେ ରହୁଥିବା ବିଧବା ମହିଳା ସୁନିତା ପ୍ରଧାନଙ୍କ ସହ ବିଶ୍ବନାଥଙ୍କ ସମ୍ପର୍କ ରହିଥିବା ଜଣା ପଡ଼ିଥିଲା । ଏହାକୁ ଆଧାର କରି ପୁଲିସ ପକ୍ଷରୁ ଘଟଣା ସ୍ଥଳରୁ ୫୦ ମିଟର ଦୂରରେ ରହୁଥିବା ସୁନିତାଙ୍କ ଘରକୁ  ଯାଇ ପଚାରା ଉଚରା କରିଥିଲା।
ପୁଲିସ ପଚରାଉଚରା ବେଳେ ବିଶ୍ବନାଥ ରାତିରେ ସୁନିତାଙ୍କ ଘରକୁ ଆସିଥିବା ବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସୁନିତା ଉତ୍ତ୍ୟକ୍ତ ହୋଇ ନିକଟରେ ଥିବାଏକ ସିମେଣ୍ଟ ଇଟାରେ ବିଶ୍ଵନାଥର ମୁଣ୍ଡକୁ ଏକ ଶକ୍ତ ପାହାର ଦେଇଥିଲା। ଫଳରେ ବିଶ୍ବନାଥଙ୍କ ମୁଣ୍ଡରୁ ଅତ୍ୟଧିକ ରକ୍ତ ଶ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ତା’ର  ମୃତ୍ୟୁ ହୋଇଥିଲା ।
ଏଥିରେ ସୁନିତା ଭୟଭୀତ ହୋଇ ଘଟଣାକୁ ଲୁଚାଇବା ପାଇଁ ଘର ଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ବୁଦା ନିକଟକୁ ଫୋପାଡ଼ି ଦେଇଥିଲା ଏବଂ ବିଶ୍ବନାଥଙ୍କ ମୋବାଇଲକୁ ନିକଟରେ ଥିବା ଏକ ବାଲି ଗଦାରେ ପୋତି ଦେଇଥିଲା। ଏଥିସହ ବିଶ୍ବନାଥ ଓ ସୁନିତାଙ୍କ ରକ୍ତ ଭିଜା କପଡାକୁ କିଛି ଦୂରରେ ଥିବା ଏକ ପୋଖରୀକୁ ଫୋଫାଡ଼ି ଦେବା ସହ ଘର ମଧ୍ୟରେ ପଡ଼ିଥିବା ରକ୍ତକୁ ପୋଛିବା ସହ ଘରେ ଥିବା ଏକ କଂସାରେ ସେଗୁଡ଼ିକ ଉଠାଇ ପୋଖରୀରେ ଫୋଫାଡି ଦେଇଥିଲା।
ପୁଲିସ ଅଭିଯୁକ୍ତର ବୟାନ ରେକର୍ଡ କରିବା ସହ ବ୍ୟବହୃତ ହୋଇଥିବା ସିମେଣ୍ଟ ଇଟା, ରକ୍ତ ଭିଜା କପଡା ଓ ମୋବାଇଲକୁ ଜବତ କରିବା ସହ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ରହିଛନ୍ତି ନା ନିଜେ ସୁନିତା ଘଟଣା ଘଟାଇଛି ତାହା ନେଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ମୃତ ଦେହକୁ ବ୍ରହ୍ମପୁର ବଡ଼ ମେଡିକାଲରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅଭିଯୁକ୍ତ ମହିଳାକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଶରତ କୁମାର ମାହାଲିକ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories