www.samajalive.in
Tuesday, December 9, 2025
16.1 C
Bhubaneswar

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ପକ୍ଷରୁ ନାବାଳିକାକୁ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ରଣ୍ଢା ଦଳିତ ସାହିର ଫକୀର ଦାସ(୨୨) ଓ ନୀଳ ଦାସ(୨୦)। ଅଭିଯୋଗ କ୍ରମେ ଜନୈକା ୧୩ ବର୍ଷିଆ ନାବାଳିକା ଗତ ୨୭ ତାରିଖ ରାତିରେ ଘର ନିକଟରେ ରହୁଥିବା ମାଉଁସୀ ଙ୍କ ଘରକୁ ଯାଇ ଫେରୁଥିବା ବେଳେ ଫକୀର ଓ ନୀଳ ଜୋରଜବରଦସ୍ତ ନାବାଳିକା ଜଣଙ୍କୁ ରାସ୍ତା ରୁ ଉଠାଇ ନେଇ ଗାଁ ଶେଷ ମୁଣ୍ଡରେ ଥିବା ଠାକୁରାଣୀ ମନ୍ଦିର ପଛପାଖ ନିଛାଟିଆ ସ୍ଥାନରେ ବଳପୂର୍ବକ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ପରେ ନାବାଳିକା ଜଣଙ୍କ ଘରକୁ ଫେରି ପରିବାର ବର୍ଗ ଙ୍କୁ ସବୁକଥା କହିବା ପରେ ୨୮ ତାରିଖରେ ପରିବାର ବର୍ଗ ଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।ଏହା ନେଇ ଥାନା ରେ ୨୦୦/୨୦ ରେ ଏକ ମାମଲା ରୁଜୁ କରିବା ସହ ପୁଲିସ ପକ୍ଷରୁ ତଦନ୍ତ ଜୋରଦାର କରାଯାଇ ଅଭିଯୁକ୍ତ ମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିବା ସହ ନାବାଳିକା ସମେତ ଅଭିଯୁକ୍ତ ମାନଙ୍କ ଡାକ୍ତରୀ ଭାଇନା କରାଯାଇଥିଲା।ଏହା ସହ ଅଭିଯୁକ୍ତ ମାନଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ଆଜି ପୁଲିସ ପକ୍ଷରୁ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ବାବୁଲି ନାୟକ ସୂଚନା ଦେଇଛ

Hot this week

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

Related Articles

Popular Categories