www.samajalive.in
Sunday, December 14, 2025
17.1 C
Bhubaneswar

ଅଲ୍ ଇଣ୍ଡିଆ ସିଭିଲ ସର୍ଭିସ ଆଥଲେଟିକ ପ୍ରତିଯୋଗିତାରେ ସୁନା ଆଣିଲେ ଟୁକୁ

ଗୋପାଳପୁର: ଅଲ ଇଣ୍ଡିଆ ସିଭିଲ ସର୍ଭିସ କ୍ରୀଡ଼ା ପ୍ରତିଯୋଗିତା ୨୦୨୪-୨୫ରେ ଚମକିଲେ ଓଡ଼ିଆ ପୁଅ। ଚଣ୍ଡିଗଡ଼ ସ୍ପୋର୍ଟ୍ସ କମ୍ପ୍ଲେସ ସେକ୍ଟର ୭ରେ ଚଣ୍ଡିଗଡ଼ କ୍ରୀଡ଼ା ବିଭାଗ ତଥା ସାଂସ୍କୃତିକ ଏବଂ କ୍ରୀଡ଼ା ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ଅଲ ଇଣ୍ଡିଆ ସିଭିଲ ସର୍ଭିସ କ୍ରୀଡ଼ା ପ୍ରତିଯୋଗିତା ୨୦୨୪-୨୫ରେ ଓଡ଼ିଶା କ୍ରୀଡା ବିଭାଗ ପକ୍ଷରୁ ସତ୍ୟନାରାୟଣପୁର ୟୁପି ସ୍କୁଲର ସହକାରୀ ଶିକ୍ଷକ ଟୁକୁ ସେଠୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୧୦୦ ମିଟର ଦୌଡ଼ରେ ପ୍ରଥମ ହୋଇ ସେ ଏହି ପଦକ ହାତେଇଛନ୍ତି।

ଚଳିତ ମାସ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ପ୍ରତିଯୋଗିତାରେ  ଟୁକୁ ୪୦ରୁ ୫୦ ବର୍ଷ ବୟସ ବର୍ଗରେ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସର୍ବଭାରତୀୟ ସ୍ତରରେ ୧୦୦ ମିଟର ଦୌଡ଼ରେ ପ୍ରାୟ ୬୦ ଜଣ ଭାଗ ନେଇଥିବାବେଳେ ୮ଟି ହିଟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରୀୟ କ୍ରୀଡା ବିଭାଗର ଯୁଗ୍ମ ସମ୍ପାଦକ ରାବତ ପାଠକ ପ୍ରମୁଖ ଉପସ୍ଥିତ ରହି ପଦକ ପ୍ରଦାନ କରିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories