www.samajalive.in
Sunday, December 14, 2025
14.1 C
Bhubaneswar

ଗୋପାଳପୁର ବେଳାଭୂମି ଅଭାବନୀୟ ଦୃଶ୍ୟ, ଅନେକ ସ୍ଥାନରେ ପଡ଼ିରହିଛି ମୃତ ଜେଲି ଫିସ

ଗୋପାଳପୁର,: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଆଜି ଅପରାହ୍ନରେ ଗୋପାଳପୁର ବେଳାଭୂମିର ଅନେକ ସ୍ଥାନରେ ସଂଖ୍ୟାଧିକ ମୃତ ଜେଲି ଫିସ ପଡ଼ିଥିବା ଦେଖିବାକୁ ମିଳିଛି। ଗତ ଏକ ମାସ ମଧ୍ୟରେ ଅନେକ ଥର ବେଳାଭୂମି ରେ ଏପରି ମୃତ ଜେଲି ଫିସ ପଡ଼ିଥିବା ବେଳେ ଆଜି କିନ୍ତୁ ଅନ୍ୟ ଦିନ ମାନଙ୍କ ଅପେକ୍ଷା ଅଧିକ ପଡ଼ିଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ କହିଛନ୍ତି।
ପ୍ରତିବର୍ଷ ସମୁଦ୍ର ରେ ଉଚ ଲହଡ଼ି ରହିଲେ ଏପରି ଭାବେ ଜେଲି ଫିସ ମାନେ ବେଳାଭୂମିକୁ ଚାଲି ଆସିଥାନ୍ତି। ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକ ମାନେ ଏହି ଜେଲି ଫିସର ସଂସ୍ପର୍ଶରେ ଆସିଲେ ସେମାନଙ୍କ ଦେହ ଜଳାପୋଡା ହୋଇଥାଏ।
ଗୋପାଳପୁର ଠାରେ ଥିବା ଭାରତୀୟ ପ୍ରାଣୀ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ଡ଼ ଅନିଲ ମହାପାତ୍ରଙ୍କ କହିଛନ୍ତି ଯେ ସମୁଦ୍ରରେ ଉଚ୍ଚ ଲହଡ଼ି ଉଠିବା ଯୋଗୁଁ ଏପରି ଭାବେ ଜେଲିଫିସ ମାନେ କୂଳକୁ ଆସି ଯାଆନ୍ତି। ସମୁଦ୍ରରେ ସ୍ନାନ କରିବା ସମୟରେ ଜେଲିଫିସ ଦେହରେ ଲାଗିଲେ କୁଣ୍ଡାଇ ହୋଇଯାଏ। ଯାହାକୁ ସଫା ପାଣିରେ ଗାଧେଇଲେ କୁଣ୍ଡାଇ ହେବା ବନ୍ଦ ହୋଇଯାଇଥାଏ ବୋଲି ପ୍ରକାଶ କରିଥିଲେ। ଅନ୍ୟ ପଟେ କିନ୍ତୁ ଏପରି ଅନେକ ଜେଲିଫିସ ଏପରି କୂଳରେ ପଡ଼ିବା, ଜଳବାୟୁ ପରିବର୍ତ୍ତନର ଏକ ମୂଳ କାରଣ ବୋଲି ମଧ୍ୟ ସାଧାରଣ ରେ ମତପୋଷଣ ପାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories