www.samajalive.in
Sunday, December 14, 2025
26.1 C
Bhubaneswar

ବିନ୍ଦୁ ସାଗରରେ ମହାଆଳତି

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଶାନ୍ତି କମିଟି ସଭାପତି ମଧୁମାଧବ ଜେନାଙ୍କ ଆବାହକତ୍ୱରେ ୧୩ତମ ବାର୍ଷିକ ବିନ୍ଦୁସାଗର ଆଳତି ରାମନାରାୟଣଜୀ ମହାରାଜଙ୍କ ନେତୃତ୍ଵରେ ପୁରୁଣା ଭୁବନେଶ୍ବରର ବିନ୍ଦୁସାଗର କୂଳରେ ମହାଆଳତି କରାଯାଇଛି। ପ୍ରଥମେ ଅଗ୍ର ଦେବତା ଶ୍ରୀଗଣେଶଙ୍କ ପୂଜା କରାଯାଇ, ହନୁମାନ ଚାଳିଶାରେ ହୁଳହୁଳି, ହରିବୋଲ, ଘଣ୍ଟ ଓ ନାମ ସଙ୍କୀର୍ତ୍ତନ ରେ ବିନ୍ଦୁସାଗର କୂଳରେ ମହାଆଳତି କରାଯାଇଛି।

ଉତ୍ସବରେ ଉପଦେଷ୍ଟା ଡ଼ ନାରାୟଣ ମହାପାତ୍ର , ସମ୍ପାଦକ ନବକିଶୋର ବେହେରା, ରାଜେନ୍ଦ୍ର ସାମର୍ଥା ଆଶାଲତା ରାଉତରାୟ, ମାୟାଧର ନନ୍ଦ ଚନ୍ଦ୍ରଶେଖର ବେହେରା, ବିଜୟ ପାତ୍ର, ଦିଲ୍ଲୀପ ପଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ବିନ୍ଦୁସାଗର ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ଜଳସ୍ତର ବୃଦ୍ଧି ଓ ପାନୀୟ ଜଳ ରୂପେ ଗ୍ରହଣ କରାଯାଇ ପାରିବ ସମସ୍ତେ ମିଳିମିଶି ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories