ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ଚାଲିଛି; ପ୍ରଦୀପ ପାଣିଗ୍ରାହୀ
ଗୋପାଳପୁର: ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ଏକ ପ୍ରକାର ସୁଚିନ୍ତିତ ଯୋଜନା ଚାଲିଥିବା ନେଇ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଶନିବାର ଚିକରଡା ଗାଁରେ ଅନୁଷ୍ଠିତ ପଦଯାତ୍ରାରେ ସାମିଲ ହୋଇ ମତପୋଷଣ କରିଛନ୍ତି । ଏ଼ହା ସହ ସେ ଆହୁରି କହିଛନ୍ତି କି, ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ହଜାର ହଜାର କୋଟି ଟଙ୍କା ଅନୁଦାନ ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖା ଦେଇଥିବା ସହ ଜିଲ୍ଲାରେ ସଂସ୍କୃତି, ପରମ୍ପରା, ରାଜନୀତି କ୍ଷେତ୍ରରେ ଅବହେଳା କରିବା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ଵକୁ ଦୁର୍ବଳ କରିବା ପାଇଁ ଏବଂ ତାଙ୍କ ଜିଲ୍ଲାରେ ତାଙ୍କୁ ବଦନାମ କରିବାକୁ ଯୋଜାନା କରାଯାଉଛି । ଓଡ଼ିଶାର ଜଣେ ଅଧିକାରୀ ବିଭିନ୍ନ ଜିଲ୍ଲା ବୁଲି କେଉଁଠି ୨ ହଜାର କୋଟି କେଉଁଠି ୩ ହଜାର କୋଟି ମେଡିକାଲ କଲେଜର ଉନ୍ନତି ନିମନ୍ତେ ଘୋଷଣା କରୁଛନ୍ତି । କିନ୍ତୁ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲା ବାସୀ ନିର୍ଭର କରୁଥିବା ବ୍ରହ୍ମପୁର ମେଡିକାଲ କଲେଜର ଉନ୍ନତି ପାଇଁ ଟଙ୍କାଟିଏ ଘୋଷଣା କରାଯାଉନାହିଁ ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହେଉଛି ଗଞ୍ଜାମ ଜିଲ୍ଲା ଲୋକଙ୍କ ବହୁ ଆଶା ଭରସା ରହିଛି ।କିନ୍ତୁ ଅଞ୍ଚଳବାସୀ ସ୍ବାସ୍ଥ୍ୟ ସେବା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । ଏଣୁ ବ୍ରହ୍ମପୁର ମେଡିକାଲ କଲେଜ କ’ଣ ସରକାରଙ୍କ ଦୃଷ୍ଟିରେ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ଗୋପାଳପୁର ବିଧାୟକ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ମନ୍ଦିରର ଉନ୍ନତି ନିମନ୍ତେ ହଜାର ହଜାର କୋଟି ଘୋଷଣା ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଥିବା କୈାଣସି ମନ୍ଦିରର ଉନ୍ନତି ନିମନ୍ତେ ଟଙ୍କା ଟିଏ ଅନୁଦାନ ଦିଆଯାଉନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି । ପଞ୍ଚମା ଗଣେଶ ମନ୍ଦିରର ପୁନରୁଦ୍ଧାର ନିମନ୍ତେ ୧୦୦ କୋଟି ଟଙ୍କା ଦାବି କରିଛନ୍ତି । ହେଲେ ଏହା କରାଯାଇନାହିଁ ବୋଲି ସେ କହିଛନ୍ତି । ଓଡ଼ିଶାର ଅର୍ଥନୀତି, ସଂସ୍କୃତି, ରାଜନୈତିକ ବ୍ୟବସ୍ଥା ଏବେ ଜଣେ ଅଣ ଓଡିଆ ହାତରେ ରହିଥିବା ସହ ଗଣତନ୍ତ୍ରରେ ଯିଏ ସର୍ବୋଚ୍ଚ ପଦବୀରେ ରହିବ ସେ କ’ଣ ରବର ଷ୍ଟାମ୍ପ ହୋଇ ବସିବେ କି ବୋଲି କହିଚନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
ଯେଉଁଠି ମୁଖ୍ୟମନ୍ତ୍ରୀ ଶାସନ କରିବା କଥା, ଆଦେଶ ଦେବା କଥା ତାହା ଆଉ ହେଉନାହିଁ ଅନ୍ୟ ମାନେ ଏହା କରୁଛନ୍ତି । ଓଡ଼ିଶାରେ ଯାହା ବିଷୟରେ ଆଲୋଚନା ହେବା କଥା ନ ହୋଇ ଅନ୍ୟ ଅଧିକାରୀଙ୍କ କଥା ଆଲୋଚନା କରାଯାଉଛି ଯାହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ । ନିର୍ବାଚନ ମଣ୍ଡଳୀରେ ଲୋକେ ଘରଟିଏ ପାଇ ପାରୁନାହାନ୍ତି ।ଅଞ୍ଚଳର ବିକାଶ ଠପ ହୋଇଯାଇଛି । ଯେଉଁ ପ୍ରଶାସନ ଓ ଅଧିକାରୀ ମାନେ ନିର୍ବାଚନ ମଣ୍ଡଳୀର ଦାୟିତ୍ଵରେ ଅଛନ୍ତି ସେମାନେ ଲୋକଙ୍କ ସମସ୍ୟା ବୁଝିବା ସହ ସମାଧାନ କରନ୍ତୁ ବୋଲି କହିଥିଲେ ପ୍ରଦୀପ । ଏହା ସହ ସେ ଥିବା ସମୟରେ ଯାହା ସବୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଆଜି ଆଉ କୈାଣସି ନୂଆ ଯୋଜନା ଘୋଷଣା କି କାର୍ଯକାରୀ ହେଉନାହିଁ । ଗତ ୨୦୦୯ରୁ ଭଞ୍ଜବିହାର ବିମାନ ବନ୍ଦର ନିର୍ମାଣ ପାଇଁ ସେ ଲାଗିଛନ୍ତି କିନ୍ତୁ ଏବେ ଏହାକୁ ସବୁଦିନିଆ ବିମାନ ବନ୍ଦର କରିବା ପାଇଁ ଏତେ ବିଳମ୍ବ କଣ ପାଇଁ ହେଉଛି ।ଏଣୁ ମୁଖ୍ୟମନ୍ତ୍ରୀଙ୍କ ଯଦି ଏତେ ଦରଦ ଅଛି ତାହା ହେଲେ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାନ୍ତୁ ।
ସରକାର ସବୁ କ୍ଷେତ୍ରରେ ସ୍ବଚ୍ଛତା ରହିଥିବା କଥା କହୁଥିବା ବେଳେ ଜିଲ୍ଲାରେ ବ୍ଲକ, ତହସିଲ, ପୁଲିସ ବିଭାଗରେ ଲାଞ୍ଚ କାରବାର ବୃଦ୍ଧି ପାଇଛି । ବିଭାଗ ଜାଣିବା ପରୀବର୍ତ୍ତେ ଦୁର୍ନୀତି ନିବାରଣ ଏହା ଜାଣି ପାରି ବିଭିନ୍ନ ସମୟରେ ରେଡ କରୁଛି । କିନ୍ତୁ ବିଭାଗୀୟ ଅଧିକାରୀ ମାନେ ଏହା ଜାଣି ପାରୁନାହାନ୍ତି । ଆଗାମୀ ଦିନରେ ରାଜ୍ୟରେ ଥିବା ପ୍ରମୁଖ ୩ ଦିନ ଜଣେ ସୁଦକ୍ଷ ମହିଳାଙ୍କୁ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କରିବା ପାଇଁ କଣ ପଦକ୍ଷେପ ନେଲେଣି ।ତାହା ଓଡିଶାବାସୀଙ୍କୁ ଜଣାନ୍ତୁ ବୋଲି କହିଥିଲେ । ଏହା ସହ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ହେଉଥିବା ବିଭିନ୍ନ ପ୍ରକଳ୍ପ ଉଦଘାଟନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଉଛି ।
ତାହା ହେଲେ ଆଉ ବିଧାୟକ, ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ପଦବୀ ଆଉ ଦରକାର ନାହିଁ ।ଯାହା ଓଡିଶାରେ ଏକ ଖରାପ ପରମ୍ପରା ସୃଷ୍ଟି କରୁଥିବା ବେଳେ ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ମତପ୍ରକାଶ କରିଥିଲେ । ବିଧାୟକ ପାଣିଗ୍ରାହୀ ଚିକରଡାରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଗ୍ରାମ ମଣ୍ଡପରେ ପଞ୍ଚାୟତ ରେ ରହିଥିବା ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା । ଏଥି ସହିତ ଉନ୍ନତିମୂଳକ କାମର ସମୀକ୍ଷା କରିଥିଲେ । ଏହା ପରେ ପଦଯାତ୍ରାରେ ଯାଇ ଚିକରଡା ଗ୍ରାମ ପରିକ୍ରମା ସହ ଲୋକଙ୍କ ସମସ୍ୟା ବୁଝିଥିଲେ । ଆଜି ବି ଜଗନ୍ନାଥପୁର ଗସ୍ତ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।
Comments are closed.