www.samajalive.in
Sunday, December 14, 2025
26.1 C
Bhubaneswar

ଫେରାର ନାବାଳିକା ସହ ଅପହୃତା ଯୁବକ ବେଙ୍ଗାଲୁରୁରୁ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡି ଇଟା ଭାଟିରେ କାମ କରୁଥିବା ବଲାଙ୍ଗୀର ଅଞ୍ଚଳର ଜଣେ ୧୫ ବର୍ଷିଆ ନାବାଳିକାକୁ ଉକ୍ତ ଇଟା ଭାଟିରେ କାମ କରୁଥିବା ଜଣେ ଯୁବକ ଅପହରଣ କରି ଫେରାର ହୋଇଯାଇଥିଲା। ଏହା ନେଇ ଥାନାରେ ନାବାଳିକା ପରିବାର ବର୍ଗ ଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ପୁଲିସ ପକ୍ଷରୁ ଦୀର୍ଘ ୩ ମାସ ପରେ ବେଙ୍ଗାଲୁରୁରୁ ଏକ ଇଟା ଭାଟିରୁ ଗିରଫ କରି ଥାନାକୁ ଆଣିବା ସହ ଉଭୟଙ୍କ ଡାକ୍ତରୀ ମାଇନ କରାଯିବା ପରେ ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ କରାଯାଇଛି। ଏବଂ ନାବାଳିକା ଜଣଙ୍କୁ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି ‌‌। ଗିରଫ ଅଭିଯୁକ୍ତ ଜଣଙ୍କ ବଲାଙ୍ଗୀର ଜିଲ୍ଲା ବେଲପାଡ ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ପବିତ୍ର ମଲ୍ଲିକ (୨୬) ବୋଲି ପୁଲିସ ସୂଚନା ଦେଇଛି।

ଅଭିଯୋଗ ଅନୁଯାୟୀ ନାବାଳିକା ଜଣକ ପରିବାର ସହ ଆସି ଜୁଗୁଡି ଠାରେ ଥିବା ଏକ ଇଟା ଭାଟିରେ କାମ କରୁଥିଲେ। ପୂର୍ବରୁ ସେଠାରେ ପବିତ୍ର ମଧ୍ୟ କାମ କରୁଥିଲେ। ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ସହ ଗତ ମେ ୧୩ ତାରିଖରେ ନାବାଳିକା ଜଣଙ୍କୁ ଅପହରଣ କରି ନେଇ ଫେରାର ହୋଇ ଯାଇଥିଲା। ଏହା ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଫୋନ ଟ୍ରାକିଂ କରି ପୁଲିସର ଏକ ଟିମ ବେଙ୍ଗାଲୁରୁର ଏକ ଭାଟିରୁ ଉଭୟଙ୍କୁ ଉଦ୍ଧାର କରି ଆଜି ଥାନାରେ ପହଞ୍ଚି ଥିଲେ। ପରେ ଉଭୟଙ୍କୁ ଆଜି ଡାକ୍ତରୀ ମାଇନା କରାଯାଇଥିଲା। ଏଥି ସହ ନାବାଳିକାର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ୧୬୪ରେ ବୟାନ ରେକର୍ଡ ସହ ଅଭିଯୁକ୍ତ ପବିତ୍ରକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳିକାକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories