ଦେବଗଡ଼: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହେଲେ ତହସିଲ ଅଫିସର ମୁଖ୍ୟସ କିରାଣୀ। ଦେବଗଡ଼ ଜିଲ୍ଲା ବାରକୋଟ ତହସିଲ ଅଫିସର ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି। ବାରକୋଟ ବ୍ଳକ ସଦର ମହକୁମା ସ୍ଥିତ ବଣେଇ ଛକ ଠାରେ ଆଜି ସନ୍ଧ୍ୟା ସମୟରେ ଜଣେ ବ୍ୟକ୍ତିଙ୍କ ପାଖରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ମାଡି ବସିଥିଲା। ଖତିୟାନ କାଗଜପତ୍ର କରିଦେବା ପାଇଁ କରଣ ସିଂ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଡିମାଣ୍ଡ କରିଥିଲେ। ଏନେଇ ଭିଜିଲାନ୍ସକୁ କରଣ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ କରଣଙ୍କ ଠାରୁ ପାଞ୍ଚ ହଜାର ଲାଞ୍ଚ ନେଉଥିବା ବେଳେ ଛକି ରହିଥିବା ଭିଜିଲାନ୍ସ ଟିମ ମାଡି ବସିଥିଲା। ମୁଖ୍ୟ କିରାଣୀଙ୍କୁ ଭିଜିଲାନ୍ସ ଗିରଫ କରି ଅଧିକ ଛାନଭିନ କରୁଥିବା ଜଣାପଡିଛି। ସର୍ବଶେଷ ସୂଚନା ଅନୁଯାୟୀ ମୁଖ୍ୟ କିରାଣିଙ୍କ ବାରକୋଟ ସ୍ଥିତ ଭଡାଘରେ ଚଢାଉ ଜାରି ରହିଛି।
Popular Categories



