www.samajalive.in
Monday, December 15, 2025
17.1 C
Bhubaneswar

ଡକାୟତି ଯୋଜନା ପ୍ରସ୍ତୁତିବେଳେ ୬ ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିଲା ପୁଲିସ

ଗୋପାଳପୁର: ଗୋପାଳପୁର ପୁଲିସକୁ ଭକ୍ତସାଲବେଗ ନଗରର ଏକ ନିଛାଟିଆ ସ୍ଥାନରେ କିଛି ଯୁବକ ଏକାଠି ହୋଇଥିବା ଖବର ମିଳିଥିଲା। ସେହି ଖବରକୁ ଆଧାର କରି ପୁଲିସ ପକ୍ଷରୁ ସେହି ସ୍ଥାନରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା। ଡକାୟତି ପାଇଁ ଯୋଜନା କରୁଥିବା ଏହି ଯୁବକମାନଙ୍କୁ ସେଠାରୁ ପୁଲିସ ଗିରଫ କରିଥିଲା। ପୁଲିସ ସେମାନଙ୍କ ନିକଟରୁ ୨ଟି କାତି, ୨ଟି ଲୁହାଛଡ଼, ଗୋଟିଏ ଦେଶି ବୋମା, ଗୋଟିଏ ଟର୍ଚ୍ଚ, କେତକ ଖାଲି ମଦ ବୋତଲ ଜବତ କରିଥିଲା। ଏହି ମାମଲାରେ ଗୋପାଳପୁର ଥାନାରେ ୮୫/୨୨ ରେ ଏକ ମାମଲା ରୁଜୁ କରିବା ସହ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଶ୍ରୀକାନ୍ତ କୁମାର ଖମାରୀ ପ୍ରକାଶ କରିଛନ୍ତି।
ଗୋପାଳପୁର ଥାନା ଅନ୍ତର୍ଗତ ଭେଙ୍କଟରାୟପୁର ଗ୍ରାମର ଶିବ ନାୟକ, ଟାଉନଥାନା ଅନ୍ତର୍ଗତ ଭଣ୍ଡାରୀ ସାହିର ଅନୀଲ ମହାଙ୍କୁଡ, ସଦର ଥାନା ଅନ୍ତର୍ଗତ ଲୋଚାପଡାର କେ.ମୋହନ ରାଓ ଓ ମିଟୁ ଦାସ, ଟାଉନ ଥାନା ଅନ୍ତର୍ଗତ ଓ ଆରଟି କଲୋନୀର ସନିଆ ପ୍ରଧାନ ଓ ବଡବଜାର ଥାନା ଅନ୍ତର୍ଗତ ପ୍ରହଲ୍ଲାଦ ନଗର ପ୍ରଥମ ଲେନର କାଳିଆ ସାହୁଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଗୋପାଳପୁର ପୁଲିସ ସୂଚନା ଦେଇଛି।
ପୁଲିସର ସୂଚନା ମୁତାବକ ଗତ ୧୪ ତାରିଖ ମଧ୍ୟ ରାତିରେ ଗୋପାଳପୁର ଛକ ଠାରେ ଗାଡି ଚେକିଂ ଚାଲୁ ରହିଥିବା ସମୟରେ ଭକ୍ତସାଲେବେଗ ନଗରର ଏକ ନିଛାଟିଆ ସ୍ଥାନରେ କେତେକ ଯୁବକ ମେଳି କରିଥିବା ଖବର ପୁଲିସ ପାଇଥିଲା। ସେହି ଖବରକୁ ଆଧାର କରି ପୁଲିସ ପକ୍ଷରୁ ଉକ୍ତ ସ୍ଥାନରେ ଚଢାଉ କରାଯାଇଥିଲା। ସେଠାରୁ ୬ଜଣ ଯୁବକଙ୍କୁ ଆଣି ଅଟକ ରଖି ପଚରାଉଚୁରା କରିଥିଲା। ପରବର୍ତ୍ତି ସମୟରେ ସେମାନେ ଫେରାର ଥିବା ୬ ଜଣିଆ ଡକାୟତ ଗ୍ୟାଙ୍ଗ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏହି ଡକାୟତି ଗ୍ୟାଙ୍ଗ ଜାତୀୟ ରାଜପଥ ପାର୍ଶ୍ବରେ ରହିଥିବା ମାରୁତି ଶୋରୁମ, ବିଲୁ ଢାବା, ହାଇୱେ ଢାବା, ଭାରତ ପେଟ୍ରୋଲ ପମ୍ପ, ସାଇ ଦୁର୍ଗା ସର୍ଭିସ ଷ୍ଟେସନ ସମେତ ଜାତୀୟ ରାଜପଥରେ ଲୁଟପାଟ କରିବାକୁ ପ୍ରସ୍ତୁତି ଚଳାଇଥିବା ପୁଲିସ ନିକଟରେ ସ୍ବୀକାର କରିଥିବା ଜଣାପଡିଛି। ଅନ୍ୟ ପଟେ ଧରାପଡ଼ିଥିବା ଏହି ଗ୍ୟାଙ୍ଗ ମଧ୍ୟରୁ ଶିବ ନାୟକ, କେ.ମୋହନ ରାଓ ଓ କାଳିଆ ସାହୁ ନାମରେ ଗୋପାଳପୁର, ସଦର ଓ ବଡବଜାର ଥାନାରେ ଅନେକ ମାମଲା ରୁଜୁ ହୋଇଥିଲା।
ସୂଚନା ଯୋଗ୍ୟ ଗତ ୧୧ ତାରିଖରେ ଅନୁରୂପ ଭାବେ ଗୋପାଳପୁର ପୁଲିସ ପକ୍ଷରୁ ଡୁରା ସନ୍ନିକଟ କଳିଙ୍ଗ ନଗର ଅଞ୍ଚଳରୁ ଏକ ୪ ଜଣିଆ ଡକାୟତି ଗ୍ୟାଙ୍ଗକୁ କାବୁ କରାଯାଇଥିବାବେଳେ ପୁଲିସ ପକ୍ଷରୁ ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନା ଓ ରୂପା ଅଳଙ୍କାର ଜବତ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories