ନାବାଳକ ପୂଜାରୀର ଝୁଲନ୍ତା ମୃତଦେହ ଉଦ୍ଧାର
ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କୋଳଥି ଗାଁର ଜଣେ ୧୩ ବର୍ଷୀୟ ନାବାଳକ ମନ୍ଦିର ପରିସରରେ ପଙ୍ଖାରେ ଗାମୁଛା ଲଗାଇ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଘଟଣା ନେଇ ନାବଳକର ବାପାଙ୍କ ପକ୍ଷରୁ ତାଙ୍କ ପୁଅକୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। କୋଳଥି ଗାଁର ଦାଶରଥି ରଣାଙ୍କ ପୁଅ କାଳିଆ ରଣା (୧୩) ଦୁମଦୁମି ଗ୍ରାମରେ ଥିବା ଯୋଗାଣ ବିଭାଗ ଗୋଦାମ ଗୃହ ପରିସରରେ ଥିବା ସୁବୁଳେଶ୍ୱର ଶିବମନ୍ଦିରର ପୂଜାରୀ ଭାବେ ନିୟୋଜିତ ଥିଲା।
ସବୁ ଦିନ ପରି ଗୁରୁବାର ଦିନ ସକାଳ ୭ଟା ବେଳେ କାଳିଆ ପୂଜା କରିବାକୁ ଆସିଥିଲା। ଏହାପରେ ପ୍ରାୟ ଅଧଘଣ୍ଟା ବିଳମ୍ବରେ ବାପା ଦାଶରଥି ରଣା ମନ୍ଦିରକୁ ଆସିଥିଲେ। କିନ୍ତୁ କାଳିଆ ନିଜ ଉତ୍ତରୀୟ ସାହାଯ୍ୟରେ ଫଙ୍ଖା ହୁକରେ ଝୁଲୁ ଥିବା ଦେଖି ପୁଅ ବଞ୍ଚିଥିବା ଭାବି ସଙ୍ଗେ ସଙ୍ଗେ ଝୁଲୁଥିବା ମୃତଦେହକୁ ତଳକୁ ଓହ୍ଲାଇ ଦେଇଥିଲେ। ତଳକୁ ଓହ୍ଲାଇବା ପରେ କାଳିଆର ଦେହରେ ମାଡ଼ ଚିହ୍ନ ଥିବା ଦେଖି କେହି ହତ୍ୟା କରିଥିବା ସନ୍ଦେହ କରି ଥାନରେ ଏତଲା ଦେଇଥିବା ଜଣାପଡିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ କରଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ପଠାଇ ପରିବାରକୁ ଶବକୁ ହସ୍ତାନ୍ତର କରି ଅଧିକ ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।
Comments are closed.